ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଙ୍ଗଠନ ପକ୍ଷରୁ ମାତ୍ରାଧିକ ସାମଗ୍ରୀ ନେଇ ଯାଉଥିବା ଟ୍ରକ୍‌କୁ ଧରି ଆର୍‌ଟିଓଙ୍କୁ ହସ୍ତାନ୍ତର

1 min read
Spread the love

ସାମାଜିକ ଓ ସ୍ବେଚ୍ଛାସେବୀ ସଙ୍ଗଠନ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଙ୍ଗଠନ ପକ୍ଷରୁ ମାତ୍ରାଧିକ ସାମଗ୍ରୀ ନେଇ ଯାଉଥିବା ଏକ ଟ୍ରକ୍‌କୁ ଧରି ଆର୍‌ଟିଓଙ୍କୁ ହସ୍ତାନ୍ତର କରାଯାଇଛି୤ ସଙ୍ଗଠନର ସ୍ଥାନୀୟ ଶାଖା ମୁଖ୍ୟ ମହମ୍ମଦ ପର୍‌ବେଜ୍‌ ଓ ଅନ୍ୟକିଛି ସଦସ୍ୟ କିଛି କାର୍ଯ୍ୟକ୍ରମ ପାଇଁ ରାଉରକେଲାରୁ ବିଶ୍ରା ଯାଉଥିବା ସମୟରେ ଗୋଟିଏ ଟ୍ରକ୍‌ ମାତ୍ରାଧିକ ଚିପ୍‌ସ ଲୋଡ୍‌ କରିଯାଉଥିବା ଦେଖିବାକୁ ମିଳିଥିଲା୤ ଏହାପରେ ସଙ୍ଗଠନର ସଦସ୍ୟମାନେ ସମ୍ପୃକ୍ତ ଟ୍ରକ୍‌କୁ ଓଜନ କରାଇବା ପରେ ଏଥିରେ ୧୦ଟନ୍‌ରୁ ଅଧିକ ଓଜନର ସାମଗ୍ରୀ ରହିଥିବା ଜାଣିବା ପରେ ତୁରନ୍ତ ରାଉରକେଲା ପରିବହନ ଅଧିକାରୀଙ୍କୁ ସୂଚନା ଦେଇଥିଲେ୤ ଏହାପରେ ପୋଲିସ ସହିତ ପରିବହନ ଅଧିକାରୀଙ୍କ କାର୍ଯ୍ୟଳୟର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାତ୍ରାଧିକ ଓଜନ ଥିବା ଟ୍ରକ୍‌ ସମ୍ପର୍କରେ ଯାଞ୍ଚ କରିଥିଲେ୤ ଯାଞ୍ଚ ପରେ ଟ୍ରକ୍‌ ଚାଳକକୁ ମାତ୍ରାଧିକ ଓଜନ ନେଇ ଯାଉଥିବା ଅଭିଯୋଗରେ ୫୮ହଜାର ୯୬୦ ଟଙ୍କାର ଚାଲାଣ କାଟିଥିଲେ୤ ଏହି ଘଟଣାକୁ ନେଇ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଙ୍ଗଠନ ପକ୍ଷରୁ ଏହିଭଳି ବେଆଇନ କାର୍ଯ୍ୟ ଘଟୁଥିବା ଦେଖିବା ମାତ୍ରେ ତୁରନ୍ତ ଏ ନେଇ ପୋଲିସ ବା ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେବା ପାଇଁ ଆହ୍ବାନ ଦିଆଯାଇଛି୤

Leave a Reply

Your email address will not be published. Required fields are marked *

error: Content is protected !!