ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଜୟନ୍ତୀ ପାଳିତ

1 min read
Spread the love

ରାଉରକେଲାର ସର୍ବ ପୁରାତନ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ମଧୁବାବୁଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ସହରର ମଧୁସୂଦନ ମାର୍ଗରେ ସ୍ଥାପିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସଂଘର ସଭାପତି ଇଂ. ଅଜୟ କୁମାର ନାୟକଙ୍କ ନେତୃତ୍ବରେ କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଦ୍ବାରା ମାଲ୍ୟାର୍ପଣ କରିଥିଲେ।ଦ୍ବିତୀୟ ପର୍ଯ୍ୟାୟରେ ସିଭିକ ସେଣ୍ଟର ଠାରେ ଅଜୟ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ସାମଗ୍ରୀ ପରିଚାଳନା ବିଭାଗର କାର୍ଯ୍ୟକାରୀ ନିର୍ଦେଶକ ସୋମନାଥ ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।

ଡାକ୍ତର ସୁଶାନ୍ତ କୁମାର ପାଣି ଏବଂ ସାଥୀ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଉପସଭାପତି ଡଃ ପ୍ରଭାତ କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ ସହ ମଧୁଜୟନ୍ତୀ ପାଳନର ତାତ୍ପର୍ଯ୍ୟ ଏବଂ ପ୍ରଗତି ଉତ୍କଳ ସଂଘ ର କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଫେସର ଖାରବେଳ ମହାନ୍ତି ଯୋଗ ଦେଇ ମଧୁବାବୁଙ୍କ ନେତୃତ୍ୱରେ ଓଡ଼ିଶାର ଅସ୍ମିତା ଏବଂ ସ୍ବାଭିମାନ ସହ ଭାରତର ସ୍ଵାଧୀନତା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ବୋଲି କହିଥିଲେ। ପରମ୍ପରା ସହ ପ୍ରଗତିର ମିଳନରେ ପ୍ରଗତି ସମ୍ଭବ ହେଇ ପରେ ବୋଲି ସେ କହିଥିଲେ। ଶେଷରେ ଭୁବନେଶ୍ଵରରୁ ଆସିଥିବା ‘ନୃତ୍ୟାୟନ’ ର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ।


ଏହି ଅବସରରେ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ବନମାଳୀ କରଙ୍କୁ ସତ୍ୟ ନାରାୟଣ ସ୍ମୃତି ସମ୍ମାନ ଏବଂ ଓଡ଼ିଶୀ ନୃତ୍ୟ ପାଇଁ ଭୁବନେଶ୍ୱରର ସୁଶ୍ରୀ ଅପରୂପା ପଟ୍ଟନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅଶୋକ ପଟ୍ଟନାୟକ ଏବଂ ସ୍ମିତା ମିଶ୍ର ମାନପତ୍ର ପାଠ କରିଥିଲେ। ପୂର୍ବରୁ ଏହି ଦିବସ ପାଳନ ପାଇଁ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କ ସହ ମଧୁସୂଦନ ସ୍ମୃତି ଏବଂ ଗୋପବନ୍ଧୁ ସ୍ମୃତି ପୁରସ୍କାର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ମୁଖପତ୍ର ଉତ୍କଳ ଗୌରବ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଡଃ ନଗେନ ଦାସ ମଞ୍ଚ ପରିଚାଳନା କରିଥିବାବେଳେ ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କନକଲତା ମିଶ୍ର, ଗୀତା ରାଣୀ ବେହେରା, ସ୍ମିତା ମିଶ୍ର, ବିନତା ମହନ୍ତ, ଅର୍ଚ୍ଚନା ପାତ୍ର, ସୁପ୍ତି କର, ପରୀକ୍ଷିତ ଗୁରୁ, ଅରବିନ୍ଦ ପାତ୍ର, ଲକ୍ଷ୍ମଣ ଦାସ, ଘନଶ୍ୟାମ ଧଳ, ସୁଭ୍ରାଂଶୁ ମହାପାତ୍ର, ପ୍ରଶନ୍ନ ମହାନ୍ତି, ସତ୍ୟନାରାୟଣ ଦାସ, ଅର୍ଜୁନ ଭୂୟାଁ, ବରୁଣ ନାହାକ, ରତିକାନ୍ତ ମିଶ୍ର, ଇନ୍ଦ୍ରାଣୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ୤ ଏଥିରେ ଭାରତ ଭୂଷଣ ମହାନ୍ତି, ବିଶ୍ବନାଥ ବେହେରା, ରଶ୍ମି ରଞ୍ଜନ ବୋଇତାଇ ଭୂପେନ ମହାପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ରାଜୀବ ପାଣି, ରାଜକୁମାର ମହାନ୍ତି, ଶରତ ଦାସ, ଡାକ୍ତର କୃପାସିନ୍ଧୁ ନାୟକ, ଗିରିଶ ମହାପାତ୍ର, ଅକ୍ଷୟ ସାମଲ, ଆନନ୍ଦ ଚନ୍ଦ୍ର ମହାନ୍ତି, ପଶୁପତିନାଥ ଚାଟାର୍ଜୀ, ଜଗନ୍ନାଥ ରାଉତ, ପ୍ରତାପ କୁମାର ରାୟ, ବିଜୟ ପାତ୍ର ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!