ନିର୍ମାଣ ଶ୍ରମିକମାନଙ୍କ ପଞ୍ଜୀକରଣ ଓ ପଞ୍ଜୀକରଣ ନବୀକରଣକୁ ନେଇ ଜାଲିଆତି ଅଭିଯୋଗ

1 min read
Spread the love

ଗତ କିଛିବର୍ଷ ଧରି କରୋନା ଜନିତ ସମସ୍ୟାକୁ ନେଇ ଓଡ଼ିଶା ନିର୍ମାଣ ଶ୍ରମିକମାନଙ୍କ ପଞ୍ଜିକରଣ ଓ ପଞ୍ଜୀକରଣ ନବୀକରଣକୁ ପ୍ରକ୍ରିୟା ଅନ୍‌ଲାଇନ ମାଧ୍ୟମରେ କରାଯିବା ବ୍ୟବସ୍ଥା ହୋଇଛି। ଏହାକୁ ନେଇ ଅସନ୍ତୋଷ ଓ ଅଭିଯୋଗ ବଢ଼ିବାରେ ଲାଗିଛି। ସାରା ରାଜ୍ୟରେ ରହିଥିବା ନିର୍ମାଣ ଶ୍ରମିକ ସଂଖ୍ୟା ଅନ୍ୟ ସ୍ଥାନ ତୁଳନାରେ ରାଉରକେଲା ବେଶ୍‌ ଅଧିକ। ତେଣୁ ନିର୍ମାଣ ଶ୍ରମିକମାନଙ୍କ ଜନିତ ସମସ୍ୟା ଓ ଏହାର ସମାଧାନ ସହିତ ସେମାନଙ୍କ ପଞ୍ଜୀକରଣ ଓ ସେମାନଙ୍କୁ ମିଳୁଥିବା ବିଭିନ୍ନ ସୁଯୋଗକୁ ନେଇ ଦୁର୍ନୀତିକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି କ୍ରମରେ ଗତ କିଛିମାସ ଧରି ରାଉରକେଲା ସହର ଓ ଆଖପାଖ ଅଞ୍ଚଳରେ ଅନେକ ବେନାମୀ ଓ ଜାଲିଆତି ସଂସ୍ଥାମାନେ ଇଚ୍ଛା ମୁତାବକ ଅର୍ଥ ନେଇ ନିର୍ମାଣ ଶ୍ରମିକ ପଞ୍ଜୀକରଣ ଓ ପଞ୍ଜିକରଣ ନବୀକରଣ କାର୍ଯ୍ୟ କରାଯାଉଛି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଫଳ ଶୂନ।

ଏହିଭଳି ଏକ ଘଟଣାର ପର୍ଚ୍ଚାଫାସ କରିଛି ନେସନ ଫାଷ୍ଟ ଟିଭି। ଆମ ସାମ୍ବାଦିକ ଭନ୍ଧମୁଣ୍ଡା ‘ଡି’ ସେକ୍ତର ନିକଟରେ ମଙ୍ଗଳ ବଜାରରେ ସୋମା ଓରାମ ଲେଖାଥିବା ଏକ କାର୍ଯ୍ୟାଳୟକୁ ଯାଇ ଏହିଭଳି ପଞ୍ଜୀକରଣ ଜାଲିଆତି ହେଉଥିବା ଦେଖିବାକୁ ପାଇଥିଲେ। ସୂଚନା ମୁତାବକ ଏହିଭଳି ଅନେକ କାର୍ଯ୍ୟାଳୟ ସହରର ବିଭିନ୍ନ ସ୍ଥାନରେ ଖୋଲାଯାଇ ମନଇଚ୍ଛା ଅର୍ଥ ଆଦାୟ କରାଯାଉଛି। ଏଥିପାଇଁ ଏକ ସୁଚିନ୍ତିତ ରାକେଟ କାର୍ଯ୍ୟ କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ଆମେ ସ୍ଥାନୀୟ ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟାଜ୍ୟୋତି ନାୟକଙ୍କ ସହିତ ଆଲୋଚନା କରିଥିଲୁ। ଏହି ପ୍ରସଙ୍ଗରେ ଶ୍ରୀମତୀ ନାୟକ ସରକାରୀ ନିୟମ ବିଷୟରେ କହିବା ସହ ବିଭିନ୍ନ କାର୍ଯ୍ୟାଳୟ ଖୋଲି ନିର୍ମାଣ ଶ୍ରମିକ ପଞ୍ଜୀକରଣ କରୁଥିବା ସଂସ୍ଥା ପ୍ରତି ତାଙ୍କ କାର୍ଯ୍ୟାଳୟ କିଛି କରିବା ସମ୍ଭବ ନୁହେଁ ବୋଲି କହିଥିଲେ। ଏଭଳି ସ୍ଥିତିରେ ନିର୍ମାଣ ଶ୍ରମିକ ସଙ୍ଗଠନଗୁଡ଼ିକର କାର୍ଯ୍ୟକଳାପ ମଧ୍ୟ ସନ୍ଦେହ ଘେରରେ ରହିଛି। ସମସ୍ତ ଘଟଣକୁ ରାଜ୍ୟ ଶ୍ରମ ବିଭାଗ ଗୁରୁତ୍ୱର ସହିତ ନେଇ ତଦନ୍ତ କଲେ ଜାଲିଆତି ଘଟଣାର ପର୍ଦାଫାସ ହୋଇପାରିବ ବୋଲି ଆଲୋଚନା ହେଉଛି।  

Leave a Reply

Your email address will not be published. Required fields are marked *

error: Content is protected !!