ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ: ଦୁଇ ଗୁରୁତର ଆହତ

1 min read
Spread the love

ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ର ଚାରୋଟି ଗୋଳାବାରୁଦ କାରଖାନା ମଧ୍ୟ ରୁ ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନା ଅନ୍ୟତମ ଅଟେ।  ଏହି କାରଖାନାରେ  ଶୁକ୍ରବାର ପ୍ରାୟ ଦିନ ପ୍ରାୟ ୧ଟା ୟୁନିଟ ନମ୍ୱର୍ ୩ରେ ନିର୍ମାଣ କାର୍ଯ୍ୟ  ଚାଲୁଥିଲା ବେଳେ ହଠାତ୍ କେମିକାଲ ମିଶ୍ରଣ ଯୋଗୁଁ ଭୟଙ୍କର ବିସ୍ପୋରଣ  ଘଟିଥିଲା।

ଏଥିରେ ଦୁଇ କର୍ମଚାରୀ ଗୁରୁତର  ଆହତ ହୋଇଥିବା ଜଣାଯାଇଛି। ଆହତ ଦୁଇ  ଜଣଙ୍କ  ମୁଁହ ଓ ହାତ ପୋଡ଼ି ଯାଇଥିବା ଜଣାପଡିଛି । ‌କାରଖାନାର ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ପାଇଁ  ରାଉରକେଲା ସ୍ଥାନାନ୍ତର କରାଯାଇଛି। ଏହା ସହିତ ବିସ୍ଫୋରଣର କାରଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!