ରାଉରକେଲା ମହାନଗର ନିଗମ ପକ୍ଷରୁ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

1 min read
Spread the love

ଗତ ବର୍ଷରୁ ସାରା ଦେଶରେ ଏକମାତ୍ର ବ୍ୟବହାରଯୋଗ୍ୟ ପ୍ଲଷ୍ଟିକ୍‌ ବ୍ୟବହାର ବନ୍ଦ କରିବା ନିମନ୍ତେ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା୤ ଏହି ନିର୍ଦ୍ଦେଶାବଳିକୁ ନେଇ ରାଉରକେଲା ମହାନଗର ନିଗମ ପକ୍ଷରୁ କିଛିଦିନ ଧରି ପ୍ଲାଷ୍ଟିକ ବ୍ୟବହାରକୁ ନେଇ ଯାଞ୍ଚ କରାଯାଉଥିଲା୤ ଏହାପରେ ଯାଞ୍ଚ ବନ୍ଦ ହୋଇଯାଇଥିଲା୤ ଏହି କ୍ରମରେ ଗୁରୁବାର ମହାନଗର ନିଗମର ଏକ ସ୍ବତନ୍ତ୍ର ଦଳ ସହରର ବିଭିନ୍ନ ଦୋକାନରେ ଯାଞ୍ଚ କରି ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ୤ ଏହା ସହିତ ବିଭିନ୍ନ ଦୋକାନରେ ବ୍ୟବହୃତ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସାମଗ୍ରୀକୁ ଜବତ କରି ନେଇଯାଇଥିଲେ୤ ଏହିଭଳି ଯାଞ୍ଚ ଆସନ୍ତା ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି୤

Leave a Reply

Your email address will not be published. Required fields are marked *

error: Content is protected !!