ମହାନଗର ନିଗମ ଅଧିକାରି ସକ୍ରୀୟ : ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ଯାଞ୍ଚ
1 min read
କିଛିଦିନର ବ୍ୟବଧାନ ପରେ ରାଉରକେଲା ମହାନଗର ନିଗମର ଅଧିକାରୀମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ସକ୍ରୀୟ ହୋଇଛନ୍ତି ଏହି କ୍ରମରେ ମହାନଗର ନିଗମର ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ବାଗତିକା ବେହେରାଙ୍କ ନେତୃତ୍ବରେ ଏକ ଦଳ ରାଉରକେଲା ସହରର ସେକ୍ଟର-୮ ଓ ସେକ୍ଟର-୯ ଅଞ୍ଚଳର ବିଭିନ୍ନ ଖାଦ୍ୟସାମଗ୍ରୀ ଓ ଖାଦ୍ୟ ବିକ୍ରୟ କରୁଥିବା ଦୋକନା ଯାଞ୍ଚ କରିଥିଲେ ଏହି ଯଞ୍ଚ ସମୟରେ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ନିୟମ ପାଳନ କରୁ ନଥିବା ଦୋକାନମାନଙ୍କରୁ ୨୫ଶହ ଟଙ୍କାର ଜରିମାନା ଆଦାୟ କରାଯାଇଛି

ଏହିଭଳି ଯାଞ୍ଚ ଆସନ୍ତା ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି ସେହିଭଳି ଶ୍ରୀମତୀ ବେହେରାଙ୍କ ନେତୃତ୍ବରେ ଏକ ଦଳ ଏନ୍ଆଇଟି, ରାଉରକେଲାର ବିଭିନ୍ନ ଛାତ୍ରାବାସରେ ପହଞ୍ଚି ସେଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ବ୍ୟବସ୍ଥା ଓ ଏହାର ମାନ ସମ୍ପର୍କରେ ଯାଞ୍ଚ କରିଥିଲେ ଏହି ଘଟଣା ସମ୍ପ୍ରତି ରାଉରକେଲା ସହରରେ ଚର୍ଚ୍ଚାର ବିଷୟ ହୋଇଛି କାରଣ ବେଶ୍ କିଛିଦିନର ବ୍ୟବଧାନ ପରେ ମହାନଗର ନିଗମର ଅଧିକାରୀ ସକ୍ରୀୟ ହୋଇ ଯାଞ୍ଚ ଆରମ୍ଭ କରିଛନ୍ତି