ସ୍ୱସ୍ତି ଝଙ୍କାର ଆୟୋଜିତ ୨୪ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦ୍ଯାପିତ
1 min read
ରାଉରକେଲାର ସିଭିକ୍ ସେଣ୍ଟରଠାରେ ଚାଲିଥିବା ସ୍ୱସ୍ତି ସାହିତ୍ୟ ସଂସଦର ୪୩ତମ ବାର୍ଷିକ ଉତ୍ସବ ତଥା ସ୍ୱସ୍ତି ଝଙ୍କାର ଆୟୋଜିତ ୨୪ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ସମ୍ୱଲପୁରର ପଣ୍ଡିତ ଲକ୍ଷ୍ମୀନାରାୟଣ କଲଚରାଲ ଏସୋସିଏସନ ଦ୍ୱାର ନାଟ୍ୟକାର ଓ ନିଦ୍ଦେର୍ଶକ ସନ୍ତୋଷ କୁମାର ମିଶ୍ରଙ୍କ ନାଟକ ‘ଭାଗ୍’ ମଞ୍ଚସ୍ଥ ହୋଇଥିଲା। ଭାଇଭାଗ ପ୍ରସଙ୍ଗକୁ ନେଇ କିଭଳି ଗୋତିଏ ପରିବାର ମଧ୍ୟରେ ସମସ୍ୟା ଦେଖାଦେଇଛି ଏବଂ ଶେଷରେ କଥା ଅଦାଲତକୁ ଯାଇଛି, ସେ ସମ୍ପର୍କରେ ଏହି ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।
କେବଳ ଚାରି ପାର୍ଶ୍ୱରେ ଚାରୋଟି କାନ୍ଥ ଏବଂ ଉପରେ ପଡ଼ିଥିବା ଛାତଟିଏ ଗୋଟିଏ ଆକୃତିକୁ ଯଦି ଆମେ ଘର ବୋଲି କହିବା, ତେବେ ସେଇଟା ଆମ ଅଜ୍ଞାନତାର ପରିଚୟ ହେବ। ସେହି ଚାରି କାନ୍ଥର ଆବେଷ୍ଟନୀ ଭିତରେ ଯେତେବେଳେ ଯାଏ ପରିବାରର ସଦସ୍ୟମାନେ ନିଜନିଜ ଭିତରେ ସ୍ନେହ, ଶ୍ରଦ୍ଧା, ପ୍ରେମର ଦାୟିତ୍ୱ ବହନପୂର୍ବକ ସଦ୍ଭାବନାର ଛାତ ତଳେ ଏକଜୁଟ ହୋଇ ନରହିଛନ୍ତି, ସେତେବେଳ ଯାଏ ତାକୁ ଆମେ ଘରର ଅଖ୍ୟା ଦେଇ ପାରିବା ନାହିଁ। ଅତୀତରେ ସ୍ନେହ, ଶ୍ରଦ୍ଧା, ପ୍ରେମ ସଦ୍ଭାବନାରେ ଭରିରହିଥିବା ପରିବାରର ଘରର ନଜିର ଆମେ ଦେଖିଛୁ। ହେଲେ ଯୁଗ ବଦଳିଛି ତା ସଙ୍ଗେ ସଙ୍ଗେ ଘରର ସଜ୍ଞା ମଧ୍ୟ ବଦଳିଛି। ଧିରେ ଧିରେ ଯୌଥ ପରିବାର ଲୋପ ପାଇବାକୁ ବସିଲାଣି। ଏକକ ପରିବାରର ସ୍ୱାଦକୁ ସମସ୍ତେ ଆଦରି ବସିଲେଣି। ବାପ-ପୁଅ, ଭାଇ-ଭାଇ, ଶାଶୁ-ବୋହୁ ମଧ୍ୟରେ ସମ୍ପର୍କ ଦୂରେଇ ବସିଲାଣି। ଭାଇମାନେ ନିଜର ଏକକ ପରିବାର ପ୍ରତି ସଯତ୍ନ ହେବା ସଙ୍ଗେ ସଙ୍ଗେ ବାପା-ମାଙ୍କ ପ୍ରତି ନିଜର କର୍ତ୍ତବ୍ୟ ଭୁଲିଯାଉଛନ୍ତି। ବୁଢା ବାପା-ମାଙ୍କୁ ସାଙ୍ଗରେ ରଖିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏପରିକି ନିଜ ସ୍ୱାର୍ଥ ପାଇଁ ସେମାନଙ୍କୁ ବୃଦ୍ଧାଶ୍ରମକୁ ପଠାଇବାକୁ ମଧ୍ୟ ପଛାଉନାହାନ୍ତି। ପୈତୃକ ସମ୍ପତ୍ତି ପାଇବା ଆଶାରେ ଅଦାଲତର ଆଶ୍ରୟ ନେବାକୁ ଆଗଭର ହେଉଛନ୍ତି। ଯେଉଁ ଘର ଦିନେ ସ୍ୱର୍ଗ ଥିଲା ଆଜି ତାହା ନର୍କଗାମୀ ହୋଇଗଲାଣି। ଏହ୍ତି କ୍ରମରେ ନାଟକ ‘ଭାଗ୍’ର କଥାବସ୍ତୁ ଅନୁସାରେ ଦୁଇ ଭାଇ ଅଦାଲତର ଅଶ୍ରୟ ନେବାକୁ ପଛାଇ ନାହାନ୍ତି।

ପ୍ରମୋଦ କୁମାର ମିଶ୍ର ଓ ସନ୍ତୋଷ କୁମାର ମିଶ୍ର ସଙ୍ଗୀତ ନିଦ୍ଦେର୍ଶନା ଏବଂ ବିଜୟ କୁମାର ମିଶ୍ର ଏଥିରେ କଣ୍ଠଦାନ କରିଥିଲେ। ଏହା ସହିତ ସାଜସଜ୍ଜାରେ ଭଗବାନ ପଣ୍ଡା, ମଞ୍ଚ ପରିଚାଳନାରେ ପ୍ରଶାନ୍ତ କୁମାର ମିଶ୍ର ଏବଂ କିଶଳେଶ୍ୱର ବେହେରା ଏବଂ ଆଲୋକସଜ୍ଜାରେ ଶୁଭମ ଶାସ୍ୱତ ମିଶ୍ର ନାଟକକୁ ଅଧିକ ମନୋରଞ୍ଜନଧର୍ମୀ କରିବା ପାଇଁ ସହଯୋଗ କରିଥିଲେ। ଏହି ନାଟକରେ ସନ୍ତୋଷ କୁମାର ମିଶ୍ର, ଶୁଭେନ୍ଦ୍ର ନନ୍ଦ, ବିରୁପାକ୍ଷ ପ୍ରଧାନ, ବିଶ୍ୱନାଥ ଶତପଥି, କୃଷ୍ଣ ଚନ୍ଦ୍ର ପତି, ତୁଲେଶ, ଅଙ୍କିତ ମିଶ୍ର, କୃଷ୍ଣଚନ୍ଦ୍ର ବାଗ୍, ନିକିତା ବେହେରା, ଶୁଭଶ୍ରୀ ଶୁଭଦର୍ଶିନୀ ଠାକୁର, ଅନନ୍ୟା ନନ୍ଦ ଏବଂ ରଚନା ବେହେରା ପ୍ରମୁଖ କଳାକାରମାନେ ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କର ମନୋରଞ୍ଜନ କରିଥିଲେ।

ନାଟକ ପ୍ରାରମ୍ଭରେ ସ୍ୱସ୍ତି ସାହିତ୍ୟ ସଂସଦର ସଭାପତି ମହେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ହୋଇଥିବା ସଭାରେ ମୁଖ୍ୟଦର୍ଶକଭାବେ ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ଭଗବାନ ପତି ଏବଂ ସମ୍ମାନିତ ଦର୍ଶକଭାବେ ରାଉରକେଲା ଶିଳ୍ପ ଓ ବଣିକ ସଂଘର ସାଧାରାଣ ସମ୍ପାଦକ ସୁନୀଲ କାୟଲ ଉପସ୍ଥିତ ଥିଲେ। ରିମ୍ସ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ଉଦ୍ଯାପନୀ ସଂଧ୍ୟାକୁ ଉଦ୍ଘାଟନ କରିଥିଲେ। ଏଥିରେ ବିଶିଷ୍ଟ ସମାଜସେବୀ ଇଂ ଗୋପୀନାଥ ପଟ୍ଟନାୟକଙ୍କୁ ସରସ୍ୱତୀ ବାଲକ୍ରିଷ୍ଣାଙ୍କ ସ୍ମତିରେ ସ୍ୱସ୍ତି ସେବା ସମ୍ମାନରେ ସମ୍ୱର୍ଦ୍ଧିତ କରାଯାଇଥିଲା। ଏହି ସଭାକୁ ରାଜୀବ ପାଣି ପରିଚାଳନା କରିଥିବାବେଳେ ରଶ୍ମୀବାଳା ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ହରିହର ଶତପଥି, ଡ. ସୁଶାନ୍ତ ପାଣି, ବିଜୟଲକ୍ଷ୍ମୀ ପଟ୍ଟନାୟକ, ପ୍ରଫେସର ପାରେଶ୍ୱର ବିଶ୍ୱାଳ, ଗୌତମ ଦାସ, ବିଜୟ ପାତ୍ର, ସରୋଜ ଜେନା, ଭଜେନ୍ଦ୍ର ସାହୁ, ସୁଶାନ୍ତ କୁମାର ନାୟକ, ବିଭୂତି ଭୂଷଣ ଦାସ, କନକଲତା ମିଶ୍ର, ମାନସୀ ମହାପାତ୍ର, ବିଜୟିନୀ ଜେନା, କାଶିନାଥ ନନ୍ଦୀ, ବବି ମହାଳିକ, ଗୟାଧର ମହାଳିକ, ପ୍ରଳୟ ଶତପଥି, ପ୍ରଫୁଲ୍ଲ ସାମଲ, କିଶୋରୀ ମୋହନ କର, ସୁମନ ଦତ୍ତ ପ୍ରମୁଖ ସଦସ୍ୟମାନେ ସହଯୋଗ କରିଥିଲେ।
ଏହା ସହିତ ନାତକ ଆରମ୍ଭ ପୂର୍ବରୁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ୨୪, ୨୫, ୨୬ ତାରିଖରେ ହୋଇଥିବା କବିତା ଲିଖନ, କବିତା ଆବୃତି, ଗଳ୍ପ ଲିଖନ, ଗଳ୍ପ କଥନ, ଢ଼ଗଢ଼ମାଳୀ ଏବଂ ଏକକ ଅଭିନୟ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ତନୁସୌମ୍ୟା ହୋତା, ସୌମ୍ୟାଶ୍ରୀ ମିଶ୍ର, ଅର୍ପିତା ହେହେରା, ସାଇନି ପ୍ରିୟଦର୍ଶିନୀ ଜେନା, ଶିବାଂଶୁ ସମ୍ୱଦ ଜେନା, ପୁଷ୍ପାଞ୍ଜଳୀ ଜେନା, ସୋଫିଆ ଆର. ଜେନା, ସାଇ ସ୍ୱସ୍ତିକ ଜେନା, ଲକ୍ଷ୍ମୀ ମୋଦକ, ଏମ୍. ସୌମ୍ୟଶ୍ରୀ ସାହୁ, ଆଲିସା ରାୟ, ଆଦ୍ୟାଶ୍ରୀ ସିଂ, ଋୁତୁପର୍ଣ୍ଣା ନାୟକ, ବିଷ୍ଣୁପ୍ରିୟା ସ୍ୱାଇଁ, ମୋକ୍ଷା ପ୍ରଧାନ, ଅତିନ୍ଦ୍ରିୟାଦିତ୍ୟ ପରିଡ଼ା, କ୍ୟୁରିନ ଦାସ, ଅନ୍ୱେଷା ଦଳାଇ, ଅନ୍ୱେଷିତା ପଣ୍ଡା, ଦେବାଂଶୀ ପାଣିଗ୍ରହୀ, ଦେବସ୍ମିତା ନାୟକ, ଅମ୍ରିତା ବେହେରା, ବିଦ୍ୟା ପଟେଲ, ଶୁଭଶ୍ରୀ ପ୍ରିୟଦର୍ଶିନୀ ଜେନା, ପ୍ରୟାସ ପ୍ରୀତିରଂଜନ ବାରିକ, ପାୟଲ ପ୍ରିୟଦର୍ଶିନୀ, ବିଶ୍ୱରାଜ ସାହୁ, ଜନ୍ନତ ପଲେଇ ପାତ୍ର, ଅନ୍ୱେଷା ଦଳାଇ, ଦେବସ୍ମିତା କର, ବିଦ୍ୟା ପଟେଲ, ଆଦ୍ୟାଶା ପାଣିଗ୍ରାହୀ, ଦୀପାଞ୍ଜଳୀ ନାଥ, ଆର୍ୟାନ ପ୍ରିୟଦର୍ଶିନୀ, ଆର୍ୟାନ ବିଶୋଇ, ଖ୍ୟାତି ସମ୍ପନ୍ନା ମହାନ୍ତି, ଶୁଭଶ୍ରୀ ତ୍ରିପାଠୀ, ଶୁଶ୍ରୀପ୍ରିୟା ମିଶ୍ର, ଶ୍ରଦ୍ଧାଞ୍ଜଳୀ ଖଣ୍ଡୁଆଳ, ଅନୁପ୍ରିୟା ତ୍ରିପାଠୀ, ଶୁଭଶ୍ରୀ ପଲେଇ, ସାନଭି ମହାରଣା, ବଂଶୀତା ସାହୁ, ଶ୍ରେୟାଶ୍ରୀ ମହାନ୍ତି, ସ୍ୱରାଜ୍ୟ ଉପାଧ୍ୟାୟ, ପ୍ରତ୍ୟାଶା ସାମଲ, ଅନିଲ ବେହେରା ପ୍ରଭୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପୁରସ୍କାର ବିତରଣୀ ଉତ୍ସବରେ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ରାଉରକେଲା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦେବେନ୍ଦ୍ର କୁମାର ବେହେରା ଏବଂ ଉଦ୍ଘାଟକଭାବେ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ପ୍ରାରମ୍ଭରେ ସଂଗଠନର ଉପସଭାପତି ରାଜ କୁମାର ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିଲେ। ଇଂ ଅଶୋକ କୁମାର ପଟ୍ଟନାୟକ ଏବଂ ଡ. ଅଜୟ କୁମାର ମିଶ୍ର ସହଯୋଗ କରିଥିବାବେଳେ ନିରୂପମା ପତି ମଂଚ ପରିଚାଳନା ଏବଂ ଗିତାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହା ସହିତ କୃଷ୍ଣ ପ୍ରସାଦ ମିଶ୍ର ସ୍ମୃତି ସମ୍ମାନ – ଶ୍ରେଷ୍ଠ ପାଣ୍ଡୁଲିପି ପାଇଁ ‘ଓଡ଼ଶ’ ନାଟକର ନାଟ୍ୟକାର – ଶରତ ଚନ୍ଦ୍ର ଆଚାର୍ଯ୍ୟ – ବାଗଦେବୀ ଲିଟ୍ରେଚର ଟ୍ରଷ୍ଟ, ଭୁବନେଶ୍ୱର ଏବଂ ଭବାନୀ ଶଙ୍କର ଷଡ଼ଙ୍ଗୀ ସ୍ମୃତି ସମ୍ମାନ – ଶ୍ରେଷ୍ଠ ସଂଗୀତ ନିର୍ଦେଶକ ଭାବେ ଶ୍ରୀ କଲଚରାଲ ଆସୋସିଏସନ, ସମ୍ବଲପୁରର ସୌମ୍ୟଜିତ ସୌମିତ୍ରୀ ବଡ଼ପଣ୍ଡାଙ୍କୁ ‘ତ୍ରିଶଙ୍କୁ’ ନାଟକ ପାଇଁ ମ୍ବର୍ଦ୍ଧିତ କରାଯାଇଥିଲା।