ଅନ୍ତର୍ଜାତିକ ସେବିକା ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିବିଧ ପ୍ରତିଯୋଗିତାରେ ଏନଟିଆଇ ବିଦ୍ୟାର୍ଥୀଙ୍କ ଉତ୍ସାହପୂର୍ଣ୍ଣ ପ୍ରଦର୍ଶନ
1 min read
ରାଉରକେଲା ଇସ୍ପାତ କାରଖାନାର ଇସ୍ପାତ ଜେନେରାଲ ହସ୍ପିଟାଲ- ଆଇଜିଏଚ୍ ଅଧୀନରେ ଥିବା ନର୍ସେସ ଟ୍ରେନିଂ ଇନଷ୍ଟିଚ୍ୟୁଟ -ଏନ୍ଆଟିଆଇର ଛାତ୍ରଛାତ୍ରୀମାନେ ଆସନ୍ତା ଅନ୍ତର୍ଜାତୀୟ ସେବିକା ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କର ଅନ୍ତର୍ନିହିତ ପ୍ରତିଭା, ସାମର୍ଥ୍ୟ, ଦକ୍ଷତା ଏବଂ ଉତ୍ସାହ ପ୍ରଦର୍ଶନ କରୁଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଖାଦ୍ୟ ମହୋତ୍ସବରେ, ଛଅ ଜଣ ସଦସ୍ୟଙ୍କୁ ନେଇ ଚାରୋଟି ଗୋଷ୍ଠୀ ଆକର୍ଷଣୀୟ ସୁସ୍ଵାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ପ୍ରସ୍ତୁତି ଏବଂ ବିକ୍ରୟ ପ୍ରତିଯୋଗିତାରେ ଯେଉଁ ଗ୍ରୁପ୍ ସର୍ବନିମ୍ନ ବିନିଯୋଗ ସହିତ ସର୍ବାଧିକ ଲାଭ ଅର୍ଜନ କରିଥିଲା ପ୍ରତିଯୋଗିତାର ବିଜେତା ବିବେଚିତ ହୋଇଥିଲା। ‘ଦ କ୍ୟାଚ୍ ଅଫ୍ ଦି ସପ’ ଷ୍ଟଲ ଦେଇଥିବା ମଧୁଚନ୍ଦନ ସାହାଣୀ, ଚୁମକି କର, ପାୟଲ ପି ଭଞ୍ଜ, ଭାଗବତୀ ମୁରୁଲିଆ, ଅଞ୍ଜଳି କର୍ଣ୍ଣଲ, ଇପ୍ସିତା ବିଶ୍ଵାଳ ଏହି ପ୍ରତିଯୋଗିତାର ବିଜେତା ହୋଇଥିଲେ। ଅଙ୍କିତା ପରିଡା, ରଶ୍ମୀତା ମହାନ୍ତି, ସାଗରିକା ମହାନ୍ତି, ଇନ୍ଦୁମତି ହାଜିରା, ଦୀପାରାଣୀ ବେହୁରା ଏବଂ ଆଲିଶା ଆଚାର୍ଯ୍ୟଙ୍କୁ ନେଇ ଗଠିତ ଫୁଡି ସ୍ପଟ୍ ଲାଇଟ୍ ଦଳ ରନର୍ସଅପ୍ ହୋଇଥିଲେ। ସେହିଭଳି “ଆମର ନର୍ସ ଆମର ଭବିଷ୍ୟତ” ବିଷୟବସ୍ତୁ ଉପରେ ୨୫ଜଣ ଛାତ୍ରଛାତ୍ରୀ ବାକ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ଏଥିରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ବିଜେତା ଭାବେ ଜ୍ୟୋତିର୍ମୟୀ ପଟ୍ଟନାୟକ, ଅଙ୍କିତା ପରିଡା ଏବଂ ଏସ କେ ମହମ୍ମଦ ଆଜାଦ ଘୋଷିତ ହୋଇଥିଲେ।‘ମାଆ’ ବିଷୟବସ୍ତୁ ଉପରେ ଆଧାରିତ କବିତା ଲିଖନ ଏବଂ ଆବୃତ୍ତି ପ୍ରତିଯୋଗିତାରେ ୨୩ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଆଲିଶା ଆଚାର୍ଯ୍ୟ, ସସ୍ମିତା ବେହେରା ଏବଂ ଲିପିବର୍ଣ୍ଣା ବେହେରା ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଲାଭ କରିଥିଲେ। ଏହା ସହିତ ଏକକ ନୃତ୍ୟ ପ୍ରତିଯୋଗିତାରେ ଶୁଭସ୍ମିତା ଦାଶ, ପ୍ରିୟଦର୍ଶିନୀ ମହାରଣା ଏବଂ ବନିତା ଲେଙ୍କା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପାଇଥିଲେ । ଏଥିରେ ମୋଟ ୧୮ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।