ଇନରହୁଇଲ କ୍ଲବ୍ ଦ୍ବାରା ସ୍ବଚ୍ଛତା ଉପକରଣ ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ
1 min read
ସ୍ଵଚ୍ଛତା ସମ୍ପର୍କିତ ବିଭିନ୍ନ ପ୍ରକାରର ସଚେତନତାର ପ୍ରସାର ନିମିତ୍ତ ଇନର ହୁଇଲ କ୍ଲବ ଅଫ ରାଉରକେଲା ରିଭରସାଇଡ ତରଫରୁ ଗୋଲଘର, ସେକ୍ଟର 5 ଅଞ୍ଚଳର ଶିବ ମନ୍ଦିରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗଞ୍ଜାମ ପଲ୍ଲୀ, ସିଂହାସିନୀ ପଲ୍ଲୀ, କବିସମ୍ରାଟ ପଲ୍ଲୀ,ରାମେଶ୍ଵର ପଲ୍ଲୀ ଆଦି ଅଞ୍ଚଳର ବିଭିନ୍ନ ମହିଳା ଆରୋଗ୍ୟ ସମିତିର ସଦସ୍ୟାମାନେ ଏଥିରେ ସାମିଲ ହୋଇ ଥିଲେ। ଏହି ଅବସରରେ ବିଭିନ୍ନ ବର୍ଗର ବାସିନ୍ଦାମାନଙ୍କୁ ଫିନାଇଲ, ସାନିଟାଇଜର, ହର୍ବାଲ ବାସନସଫା ଓ ହେଣ୍ଡୱାସ୍ ଇତ୍ୟାଦି ସ୍ବାସ୍ଥ୍ୟରକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିଲା। କ୍ଲବ ସଭାପତି ଡଃ ମିନତି ପଣ୍ଡାଙ୍କ ସହ ଗୌରୀ ନାଗ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ମହିଳାମାନଙ୍କୁ ବିଷଦ ଭାବେ ବୁଝାଇ ଥିଲେ। ଆଗକୁ କ୍ଲବ ଦ୍ବାରା ଏହି ସାମଗ୍ରୀ ସବୁର ତିଆରି ପ୍ରଣାଳୀ ବିଷୟରେ ତାଲିମ ଦିଆଯିବ ବୋଲି ସୂଚନା ଦିଆଯଇଛି। ଏଥିରେ ପ୍ରମିଳା ମିଶ୍ର,କାବେରୀ ବାନାର୍ଜୀ, ଅଞ୍ଜଳି ହୋତା, ଆରତୀ ପଣ୍ଡା, ମଞ୍ଜୁବାଳା ପାଢୀ,ଅନୀତା ନାୟକ, ଜ୍ୟୋତ୍ସ୍ନା ମିଶ୍ର ଓ ମଞ୍ଜୁଳା ପାତ୍ରଙ୍କ ସହ କ୍ଲବ୍ର ପ୍ରାକ୍ତନ ସଭାପତି ପ୍ରତିମା ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।