ରାଉରକେଲାରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୨ତମ ଜୟନ୍ତୀ

1 min read
Spread the love

ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ 132ତମ ଜୟନ୍ତୀ ରାଉରକେଲାରେ ପାଳିତ ହୋଇଯାଇଛି୤ ସେକ୍ଟର-୩ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଣ୍ଡାୟତ ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାଡିବନ୍ଧୁ ମହାପାତ୍ର ସଭାପତିତ୍ବ କରିଥିଲେ୤ ଶଶଧର ପତ୍ର ମୁଖ୍ୟ ଅତିଥି ଶ୍ରଦ୍ଧା ଷଡ଼ଙ୍ଗୀ ମୂଖ୍ୟ ଵ୍ୟକ୍ତା ରୂପେ ଯୋଗ ଦେଇ ଥିଲେ୤ କାର୍ଯ୍ୟକ୍ରମ ଆୟୋଜନ ସମିତିର ସମ୍ପାଦକ କମ୍ୟୁନିଷ୍ଟ ଗୌଡ଼ ସଭା ପରିଚାଳନା କରିଥିଲେ ଗଞ୍ଜାମ ଗଜପତି ବିକାଶ ପରିଷଦର ସବୁ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ।। ଗଞ୍ଜାମ ଗଜପତି ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜାଙ୍କୁ ମରଣୋତ୍ତର ଭାରତ ରତ୍ନ ଓ ରାଉଲକେଲା ରେ ରାଜା ଙ୍କ ମୂର୍ତ୍ତି ଅତି ଶୀଘ୍ର ବସାଇବାକୁ ସରକାର ଙ୍କୁ ଅନୁରୋଧ କରାଗଲା। ଏହି ଅବସରରେ ଉପସ୍ଥିତ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ରାଜାଙ୍କ ଫୋଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ୤ ଏଥିରେ ଟିନା ଦାସ ଓ ଲୀନା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା୤

Leave a Reply

Your email address will not be published. Required fields are marked *

error: Content is protected !!