ସେକ୍ଟର-୧୫ଠାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳିତ
1 min read
ରାଉରକେଲା ସହରର ସେକ୍ଟର-୧୫ସ୍ଥ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଶ୍ରୀରାମ ଓ ଶ୍ରୀଗଣେଶ ମନ୍ଦିରର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ବୁଧବାର ଏକ ଦିବସବ୍ୟାପୀ କାର୍ଯ୍ୟକ୍ରମରେ ମନ୍ଦିର ପୂଜକ ପ୍ରଭୁ ରାମ, ଲକ୍ଷ୍ମଣ ଓ ସୀତାଙ୍କ ପୂଜା ଓ ଆଳତୀ କରିବା ସହ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରିବା ସହ ଦୀପ, ଧୂପ ଓ ନୈବେଦ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଏକ ଯଜ୍ଞାନୁଷ୍ଠାନ କରାଯାଇଥିଲା।

ସୁଶାନ୍ତ ପ୍ରଧାନ ଓ ନୀଳେନ୍ଦ୍ରି ପ୍ରଧାନ ରାମ ମନ୍ଦିର ପାଇଁ ଏବଂ ନିରଂଜନ ସ୍ବାଇଁ ଓ ଗୀତାଞ୍ଜଳି ସ୍ବାଇଁ ଗଣେଶ ମନ୍ଦିରରେ କର୍ତ୍ତା ଭାବେ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ହରିହର ରାଉତରାୟ, ମୁଖ୍ୟ ଉପଦେଷ୍ଟା ଇଂ ଉତ୍ତମ ସାମଲଙ୍କ ସମେତ କମିଟିର କର୍ମକର୍ତ୍ତା ବିଷ୍ଣୁଚରଣ ବିଶ୍ବାଳ, ଶଙ୍କର ଜେନା, ପ୍ରସନ୍ନ କୁମାର ତ୍ରିପାଠୀ, ପ୍ରଦୀପ ପଟ୍ଟନାୟକ, ହେମନ୍ତ ବିଶ୍ବାଳ, ପ୍ରମୋଦ ପ୍ରଧାନ, ଶ୍ରୀହରି ବେହେରା, ଲକ୍ଷ୍ମଣ ପ୍ରଧାନ, ଜୟନ୍ତୀ ଦାସ, ରେଖା କୋଠାରୀ, ବିଷ୍ଣୁପ୍ରିୟା ନାୟକ, ଅନନ୍ତ ସାମଲ, ନାରାୟଣ ସାମଲ, କପିଳେଶ୍ବର ମିଶ୍ର, ସୁରେଶ ସାମନ୍ତରାୟ, ସସ୍ମୀତା ଜେନା, ସଂଗୀତା ମିଶ୍ର, ଅର୍ଜୁନଚରଣ ଭୂୟାଁ, ପୁରୁଷୋତ୍ତମ ବେହେରା, ରାଜା ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।