ସ୍ବସ୍ତି ଝଙ୍କାର ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ବାଲେଶ୍ବର ନାଟ୍ୟଦଳର ନାଟକ ପ୍ରଦର୍ଶିତ
1 min read
ରାଉରକେଲା ସହରର ସିଭିକ ସେଣ୍ଟରଠାରେ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସ୍ବସ୍ତି ଝଙ୍କାର ପକ୍ଷରୁ ଚାଲିଥିବା ୨୪ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ବାଲେଶ୍ବରରୁ ଆସିଥିବା ନାଟ୍ୟଦଳ ପକ୍ଷରୁ ମଞ୍ଚସ୍ଥ ହୋଇଛି ନାଟକ ‘ସିଏ ଆସିବେ ବୋଲି’ ଡ ପ୍ରଦୀପ ଭୌମିକଙ୍କ ରଚନା ଓ ତରୁଣ କୁମାର ବିଶ୍ବାଳଙ୍କ ନିର୍ଦ୍ଦେଶନାରେ ପ୍ରଦର୍ଶିତ ଏହି ନାଟକ ମାଧ୍ୟମରେ ଜଣେ ବିଦେହଶ ଫେରନ୍ତା ପତୀର ବାଟ ଚାହିଁ ବସିଥିବା ପତ୍ନୀ ଓ ସନ୍ତାନ ଅପେକ୍ଷା କରିଥିବା କଥା ବେଶ୍ ମର୍ମସ୍ପର୍ଶୀ ହୋଇଛି ଆମେରିକାରେ ରହୁଥିବା ନିଜର ପୁଅ ଫେରିବା ବାଟ ଚାହିଁ ରହିଥିବା ବୃଦ୍ଧ ବାପା ଓ ମାଙ୍କ ସହିତ ପତ୍ନୀ ଓ ପୁତ୍ରର ଦୀର୍ଘ କାଳ ଅପେକ୍ଷା ଘଟଣା ନାଟକକୁ ଆକର୍ଷଣୀୟ କରିଥିଲା

ନାଟକ ପୂର୍ବରୁ ସ୍ବସ୍ତି ସାହିତ୍ୟ ସଂସଦର ଉପସଭାପତି ଡ. ଅଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ମୁଖ୍ୟ ଦର୍ଶକଭାବେ ବସ୍ତିଆ ସ୍ମୃତି ନ୍ୟାସର ଅଧ୍ୟକ୍ଷ ହେମନ୍ତ ମିଶ୍ର ଯୋଗଦେଇଥିଲେ ଏହି ଅବସରରେ ବରିଷ୍ଠଶିକ୍ଷାବୀତ୍ ଡ ପ୍ରଭାତ ମଲ୍ଲିକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏହି ଅବସରରେ ବରିଷ୍ଠ ରାଜନେତା ସୁରେନ୍ଦ୍ର ଦ୍ବିବେଦୀଙ୍କ ସ୍ମୃତିରେ ସୃଜନ ବାଗ୍ମୀ ସମ୍ମାନରେ ଡ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ସଂସଦର ସଭାପତି ରାଜିବ ପାଣି ପରିଚାଳନା କରିଥିଲାବେଳେ ଗୌତମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ