ରାଉରକେଲାରୁ ପବିତ୍ର ଉମ୍‌ରାହ ଯାତ୍ରା ନିମନ୍ତେ ୫୩ଜଣିଆ ଦଳର ଯାତ୍ରାରମ୍ଭ

1 min read
Spread the love

ମୁସଲମାନମାନଙ୍କ ପାଇଁ ନିଜ ଜୀବନ ମଧ୍ୟରେ ହଜ୍‌ ଯାତ୍ରା ଏକ ପବିତ୍ର ଓ ବହୁ ପ୍ରତିକ୍ଷିତ କାର୍ଯ୍ୟ୤ ଏହା ସହିତ ଅନ୍ୟ ଏକ ପବିତ୍ର କାର୍ଯ୍ୟ ହେଉଛି ଉମ୍‌ରାହ୤ ହଜ୍‌ ଯାତ୍ରା ଭଳି ମୁସଲମାନମାନେ ସାଉଦି ଆରବରେ ଥିବା ମକ୍କା ଓ ମଦିନା ସହିତ ଅନ୍ୟ ସ୍ଥାନ ଯାତ୍ରା କରି ସେଠାରେ ପ୍ରାର୍ଥନା ସହିତ ଅନ୍ୟାନ୍ୟ ପବିତ୍ର କାର୍ଯ୍ୟ କରିବା ହେଉଛି ଉମ୍‌ରାହ୤ ଏହି କ୍ରମରେ ରାଉରକେଲା ରେଳ ଷ୍ଟେସନ୍‌ରୁ ସୁନ୍ଦରଗଡ଼ ଜିଲ୍ଲାର ବିଲାଇଗଡ଼, ରାଜଗାଙ୍ଗପୁର, କାଂସବାହାଲ ପ୍ରଭୃତି ଅଞ୍ଚଳରୁ ମୋଟ ୫୩ଜଣ ପୁରୁଷ ଓ ମହିଳା ଯାତ୍ରୀମାନେ ମୁମ୍ବାଈ ଉପଲକ୍ଷେ ଯାତ୍ରାରମ୍ଭ କରିଛନ୍ତି୤ ବୁଧବାର ଏହି ଯାତ୍ରା ଆରମ୍ଭ ହୋଇଛି୤ ଶ୍ରଦ୍ଧାଳୁମାନେ ମୁମ୍ବାଇରୁ ସାଉଦି ଆରବ ଯାତ୍ରା କରି ଆବଶ୍ୟକ ରୀତିନୀତି ପାଳନ କରିବେ ବୋଲି କହିଛନ୍ତି୤ ମୁସଲମାନ ଶ୍ରଦ୍ଧାଳୁମାନଙ୍କ ପାଇଁ ହଜ୍‌ ଭଳି ଉମ୍‌ରାହ ଏନ୍ୟ ଏକ ପବିତ୍ର ଧର୍ମାନୁଷ୍ଠାନ କାର୍ଯ୍ୟ ବୋଲି ଗଣାଯାଇଥାଏ୤ ରାଉରକେଲା ରେଳ ଷ୍ଟେସନ୍‌ରେ ଏହି ଅବସରରେ ଶତାଧିକ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଉମ୍‌ରାହ ଯାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ୤

Leave a Reply

Your email address will not be published. Required fields are marked *

error: Content is protected !!