୮୪ତମ ଆମ୍କୋ-ସିମ୍କୋ ସହିଦ ଦିବସ ପାଳିତ : ସହିଦଙ୍କୁ ଶ୍ରଦ୍ଧାଞ୍ଜଳି
1 min read
ସୁନଦରଗଡ଼ ଜିଲ୍ଲା ପ୍ରଶାସନ ସହଯୋଗରେ ୮୪ ତମ ଆମ୍କୋ-ସିମ୍କୋ ସହିଦ ଦିବସ ପାଳିତ ହୋଇଛିଯାଇଛି। ପାନପୋଷ ଉପଜିଲ୍ଲାପାଳ ତଥା ଆମ୍କୋ-ସିମ୍କୋ ସହିଦ ସ୍ମୃତି କମିଟିର ଅଧ୍ୟକ୍ଷ ଅଭିମନ୍ୟୁ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦମାନଙ୍କର ତ୍ୟାଗ ଓ ବଳିଦାନର ସ୍ମୃତିଚାରଣ କରିଥିଲେ। ସହିଦ ସ୍ମାରକୀ କମିଟିର ଯୁଗ୍ମ ସଂପାଦକ ପ୍ରସନ୍ନ କୁମାର ତ୍ରିପାଠୀ ସ୍ବାଗତ ଅଭିଭାଷଣ ପ୍ରଦାନ କରି ନିରୀହ ଆଦାବାସୀଙ୍କ ପ୍ରାଣବଳି ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମାରକୀ କମିଟିର ଉପାଧ୍ୟକ୍ଷ ପ୍ରଫେସର ବିଜୟ କୁମାର ଟନ୍ନୋ କହିଲେ ଯେ ଆଜିକୁ ୮୩ ବର୍ଷ ତଳେ ଅର୍ଥାତ ୧୯୩୯ ମସିହାର ଅପ୍ରେଲ ୨୫ ତାରିଖ ଦିନରେ ବ୍ରିଟିଶ ଗୁଳିରେ ପ୍ରାଣ ବଳୀ ଦେଇ ଶହୀଦ ହୋଇଥିବା ୪୯ ଜଣ ନିରିହ ଆଦିବାସୀଙ୍କ ରକ୍ତ ରଂଜିତ ଏହି କ୍ଷେତ୍ର ସେମାନଙ୍କ ବିରତ୍ବ ଓ ସଂଗ୍ରାମ କଥା ମନେ ପକାଉଛି। ସାଧୀନତା ସଂଗ୍ରାମୀ ନିର୍ମଳ ମୁଣ୍ତାଙ୍କ ଦୃଢ ନେତୃତ୍ବ ହିଁ ସେତେବେଳେ ବ୍ରିଟିସ ମାନଙ୍କ ନିଦ ହଜେଇ ଦେଇଥିଲା। ଖୁଣ୍ଟକାଟି ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସେମାନଙ୍କ ବଳିଦାନ ଆଦିବାସୀ ସଂପ୍ରଦାୟଙ୍କୁ ସେମାନଙ୍କ ତ୍ୟାଗପୁତ ଜୀବନ ବିଷୟରେ ସ୍ନରଣ କରାଉଛି। ରାଜ୍ୟ ସରକାର ସେମାନଙ୍କ ବଳିଦାନକୁ ହୃଦୟଗଂମ କରି ଆମ୍କୋ-ସିମ୍କୋ ଜାଲିୱାନାୱାଲାବାଗ ଢାଞ୍ଚାରେ ଏକ ଭବ୍ୟ ସ୍ମାରକୀ ଏବଂ ଏହାକୁ ଆହୁରି ସୈାନ୍ଦର୍ଯୀ କରଣ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । କିନ୍ତୁ ସରକାର ଏପର୍ଯ୍ୟନ୍ତ ସେମାନଙ୍କୁ ଶହୀଦର ମାନ୍ୟତା ପ୍ରଦାନ କରିନଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ଏତ୍ତବ୍ୟତୀତ ବେଦବ୍ୟାସ ଛକରେ ନିର୍ମଳ ମୁଣ୍ତାଙ୍କ ୧୦ ଫୁଟ ଉଚ୍ଚର ଏକ ବ୍ରୋଞ ପ୍ରତିମୂର୍ତ୍ତି ଖୁବ ଶୀଘ୍ର ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଉଥିବାରୁ ଆଗାମି ଦିନରେ ସୁନ୍ଦରଗଡ ଜିଲ୍ଲା ଓଡିଶା ମାନଚିତ୍ରରେ ଆଉ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବ ଏଥିରେ ସନ୍ଦେହ ନାହିଁ। ତେଣୁ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂସଦ ଜୁଏଲ ଓରାମଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରାଯାଉଛି ବୋଲି କହିଥିଲେ। ଏହି ଅବସରରେ କୁଆଁରମୁଣ୍ତା ବ୍ଳକ ଅଧ୍ୟକ୍ଷା ଜ୍ୟୋତି କେରେକେଟା, ବିଡିଓ ତୃପ୍ତି ବାରା, ଜିଲ୍ଲା ପରିଷଦର ପୁର୍ବତନ ଅଧ୍ୟକ୍ଷା ଏମ୍ମା ଏକ୍କା, କୁଆଁରମୁଣ୍ତାର ପୁର୍ବତନ ବ୍ଳକ ଅଧ୍ୟକ୍ଷା ମାଗଦାଲୀ କାଙ୍ଗାଡୀ, ନାରୀନେତ୍ରୀ ସଂଧ୍ୟାରାଣୀ ଲାକ୍ରା, ସରପଂଚ ରାଜେଶ ହାଂସଦା, କମିଟି ସଦସ୍ୟ ବାବାଜୀ ପ୍ରସାଦ ସାହୁ , ସମାଜସେବୀ ଧୀରଜ ଚୈାଧୁରୀ, ବିଜୟ କିସପଟା, ଦୀପକ କୁମାର ରାଉତରାୟ, ଡ.ଉମା ଶଙ୍କର ପଣ୍ତା, ଉମାଶଙ୍କର ତିୱାରୀ, କବି ସୁବାଷ ଚନ୍ଦ୍ର ଲେଙ୍କା ତଥା ବିଭିନ୍ନ ଅଂଚଳର ଶତାଧିକ ଆଦିବାସୀ ଭାଇ ଭଉଣୀ ଯୋଗଦେଇ ଶହୀଦଙ୍କ ସ୍ମୃତି ପୀଠରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ଏହା ପୂର୍ବରୁ ବ୍ରାହ୍ମଣମରା ଶହୀଦ ସମାଧି ସ୍ଥଳରେ ପାନପୋଷ ଉପଜିଲ୍ଲାପାଳ ତଥା ଶହୀଦ ସ୍ମାରକୀ କମିଟିର ଅଧ୍ୟକ୍ଷ ଶ୍ରୀ ମାଝୀ ଓ ଉପାଧ୍ୟକ୍ଷ ପ୍ରଫେସର ଟପ୍ନୋ ଶ୍ରଦ୍ଧାଂଜଳୀ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବିରମିତ୍ରପୁର ପୈାରପାଳିକାର ଅଧ୍ୟକ୍ଷ ସଂଜୀବ ମିଶ୍ର ଯୋଗଦେଇ ଆଗାମି ବର୍ଷ ଏହି ଦିବସରେ ଶହୀଦ ସମାଧି ସ୍ଥଳର ସୈାନ୍ଦର୍ଯୀକରଣ ସହ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ତହସିଲଦାର ସୁଶାନ୍ତ କୁମାର ବେହେରା, ବିରମିତ୍ରପୁର ଏସଡିପିଓ ମାନସ ରଂଜନ ପ୍ରଧାନ, ନାରୀନେତ୍ରୀ ଛବି ମହାନ୍ତି, କମ୍ରେଡ ସତ୍ୟପ୍ରିୟ ମହାନ୍ତି, ଓଡିଶା ମାଇନିଂ କପୋର୍ରେସନର ପ୍ରାକ୍ତନ ଡିଜିଏମ ଅର୍ଜୁନ ଚରଣ ସାହୁ ପ୍ରମୁଖ ଯୋଗଦେଇ ସମାଧି ପୀଠରେ ଭକ୍ତିପୁତ ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ। ଇସ୍ପାତ ସ୍ବୟଂ ଶାସିତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଭବାନୀ ଶଙ୍କର ଚାଣ୍ଡେଲ ଯୋଗଦେଇ ଈତିହାସ ପୃଷ୍ଠାରେ ୪୯ ଜଣ ଶହୀଦଙ୍କ ବଳିଦାନ ସ୍ଥାନ ପାଇବା ଉଚିତ ବୋଲି କହିଥିଲେ। ଶହୀଦଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ସର୍ବଧର୍ମ ପ୍ରାର୍ଥନା ମନଜିତ ସିଂହ, ତପନ ଦାଶ ଓ ସୁନିଲ ବାଗେ କରିଥିଲେ। ଶେଷରେ ଫ୍ଲାବିଆନୁସ ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ।