ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ବିଶ୍ବ ଧରିତ୍ରୀ ଦିବସ ପାଳିତ
1 min read
ସରକାରୀ ମହାବିଦ୍ୟାଳୟ ସୁନ୍ଦରଗଡର ପରିସରରେ ଅଧକ୍ଷ ଡ଼ଃ ଲଳିତ ରଞ୍ଜନ ସାହୁଙ୍କ ଅଧକ୍ଷତାରେ ବିଶ୍ୱ ଧରିତ୍ରୀ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଯାଇଛି ମହାବିଦ୍ୟାଳୟର ଏହି କାର୍ଯ୍ୟକ୍ରମରେ ଇକୋ କ୍ଲବ ସଂଯୋଜକ ଅଧ୍ୟାପକ ଡ଼ଃ ରତ୍ନେସ ରଞ୍ଜନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏଥିରେ ଭୂତତ୍ୱ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଶିବ ପ୍ରସାଦ ମହାନ୍ତି ବିଚାରକ ଦାୟିତ୍ୱ ତୁଲାଇଥିଲେ.

ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ପୃଥିବୀକୁ କିପରି ରକ୍ଷା କରିବା ସହିତ ବାୟୁ, ଜଳ ଓ ମୂର୍ତ୍ତିକା ପ୍ରଦୂଷଣ ରୋକିବା, ପ୍ଲାଷ୍ଟିକ ଓ ଏହାର ପରିବେଶ ପ୍ରତି ଅପକାରିତା, ଅଧିକ ପରିମାଣରେ ବୃକ୍ଷ ରୋପଣ କରିବା ବିଷୟରେ ଏଥିରେ ଆଲୋଚନା କରାଯାଇଥିଲା ପରିବେଶ ସଚେତନତା ସହିତ ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏଥିରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋକିତାରେ ଭାଗ ନେଇଥିଲେ ମହିଳା ମହାବିଦ୍ୟାଳୟର ପ୍ରଫେସର ମନୋଜ କୁମାର ନାୟକ ବିଚାରକ ଯୋଗଦେଇଥିଲେ ପ୍ରତିଯୋଗିତାର ବିଜୟୀ ଛାତ୍ର ଓ ଛାତ୍ରୀ ମାନଙ୍କୁ ଅଧକ୍ଷ ପୁରସ୍କୃତ କରିଥିଲେ