ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ଚାଲିଥିବା ଗ୍ରୀଷ୍ମକାଳୀନ ହକି ପ୍ରଶିକ୍ଷଣ ଉଦ୍ଯାପିତ
1 min read
ରାଜ୍ୟର ଗର୍ବ ଓ ଗୌରବଭାବେ ପରିଚିତ ହୋଇଥିବା ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟଡିୟମ୍ରେ ଚାଲିଥିବା ଦୁଇସପ୍ତାହ ବ୍ୟାପୀ ଗ୍ରୀଷ୍ମକାଳୀନ ହକି ପ୍ରଶିକ୍ଷଣ ଉଦ୍ଯାପିତ ହୋଇଯାଇଛି। ରାଜ୍ୟ କ୍ରୀଡ଼ାବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ହୋଇଥିବା ଏହି ଶିବିରରେ ୬ ରୁ ୧୬ ବର୍ଷ ବୟଷର ୪୫୦ ରୁ ଅଧିକ ବର୍ଗର ଖେଳାଳୀମାନଙ୍କୁ ଏହି ଅବସରରେ ମାନପତ୍ର ପ୍ରଦାନ କରାଯାଇଥିଲା ଖରାପ ପାଗ ଯୋଗୁଁ କିଛି ବିଳମ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଅତିଥିଭାବେ ରାଜ୍ୟ କ୍ରୀଡ଼ା ବିଭାଗର ଉପନିର୍ଦ୍ଦେଶକ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ ତରାଇ ଯୋଗଦେଇ ମାନପତ୍ର ପ୍ରଦାନ କରିଥିଲେ ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ହକି ଖେଳର ବିଭିନ୍ନ କୌଶଳ ସମେତ ବିଭିନ୍ନ ପ୍ରକାରର ଦୈନଦିନ ବ୍ୟାୟାମ, ଯୋଗ, ଖାଦ୍ୟାଭ୍ୟାସ, ପୋଷକ ଖାଦ୍ୟ ବିବରଣୀ, ଖେଳାଳୀମାନଙ୍କ ଆବଶ୍ୟକ ପୋଷଣ ସମ୍ପର୍କୀତ ତଥ୍ୟ ଆଦି ମଧ୍ୟ ପ୍ରଦାନ କରାଯାଇଥିଲା। ଏଥିପାଇଁ ଜଣେ ଶାରିରୀକ ପ୍ରଶିକ୍ଷକଙ୍କ ସମେତ ଜଣେ ପୋଷକ ବିଶେଷଜ୍ଞ ବା ନ୍ୟୁଟ୍ରିସନାଲ ଏକ୍ସପର୍ଟ ଯୋଗଦେଇ ଆବଶ୍ୟକ ପରାମର୍ଶ ଦେଇଥିଲେ

ଏହା ସହିତ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ମହିଳା ଓ ପୁରୁଷ ବର୍ଗର ମୋଟ ୧୬ଜଣ ପ୍ରଶିକ୍ଷକ ପ୍ରଶିକ୍ଷଣ ଦେଇଥିଲେ ଏମାନଙ୍କ ନେତୃତ୍ବ ନେଇଥିଲେ ପ୍ରଫୁଲ୍ଲ ତିର୍କୀ ଓ ରାଜେନ ଏକ୍କା ଉଦ୍ଯାପନୀ ଅବସରରେ ସମସ୍ତ ପ୍ରଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ସୂଚନା ମୁତାବକ ଏହି ଶିବିରରୁ କିଛି ବାଳକ ବାଳିକାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆଯିଆ ନିମନ୍ତେ ସ୍ଥିର କରାଯାଇଛି ଅନ୍ୟପକ୍ଷରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ପ୍ରଥମ ଥର ପାଇଁ ହୋଇଥିବା ଏହି ଶିବିର ପରିଚାଳନାରେ କିଛି ଅସଙ୍ଗତି ଓ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ଏଥିରେ ଯୋଗଦେଇଥିବା ପ୍ରଶିକ୍ଷକମାନଙ୍କୁ ଉଭୟେ ସକାଳ ଓ ସନ୍ଧ୍ୟା ସମୟରେ ଆବଶ୍ୟକ ପରିମାଣର ଜଳଖିଆ ନମିଳିବା , ଷ୍ଟାଡିୟମ୍ ଭିତରକୁ ପ୍ରବେଶ ଓ ବାହାରି ସମୟରେ ନିର୍ଦ୍ଦିଷ୍ଟ କିଛି ସୁରକ୍ଷା କର୍ମୀ ଓ ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ ଆଦି ଅବ୍ୟବସ୍ଥା ଅନ୍ୟତମ ବୋଲି ପ୍ରଶିକ୍ଷଣ ନେଉଥିବା କିଛି ପ୍ରଶିକ୍ଷାର୍ଥୀଙ୍କ ଅଭିଭାବକମାନେ କହିଛନ୍ତି