1 min read
Spread the love

ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ର ୭୫ ତମ ପ୍ରତିଷ୍ଠା ବାର୍ଷିକୀ ପାଳନ

ଦୁଇଶହ ବର୍ଷର ବ୍ରିଟିଶ ଶାସନର ଅବସାନ ପରେ ୧୯୪୭ ମସିହା ଅଗଷ୍ଟ ୧୫ ରେ ଦେଶ ସ୍ବାଧୀନତା ଲାଭ କଲା। ଦେଶର ଲୋକଙ୍କର ବହୁ ଆଶା ଆକାଂକ୍ଷା ଥିଲା। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଦେଶର କୋଟି କୋଟି ମଣିଷର ଜୀବନର ଦୁଃଖ-ଯନ୍ତ୍ରଣା, ଶୋଷଣ-କଷଣ ଓ ନିର୍ଯ୍ୟାତନା ହଟିନାହିଁ। ଏହି ମର୍ମାତିକ ଘଟଣାର ମୂଳ କାରଣ ଏ ଦେଶର ପ୍ରତିଷ୍ଠିତ ଶୋଷଣ ମୂଳକ ପୁଞ୍ଜିବାଦୀ ବ୍ୟବସ୍ଥା। ଏହି ଜ୍ଵଳନ୍ତ ସତ୍ୟ ସେଦିନ ଦର୍ଶାଇଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ ଓ ପରବର୍ତ୍ତୀ କାଳରେ ଜଣେ ମହାନ ମାର୍କସବାଦୀ ଦାର୍ଶନିକରେ ପରିଣତ ହୋଇ ଏ ଦେଶ ମାଟିରେ ଗଢିତୋଳିଥିଲେ ଶ୍ରମିକ ଶ୍ରେଣୀ ଓ ମେହନତୀ ମଣିଷର ସଂଗ୍ରାମର ହତିଆର ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ଦଳ। ୧୯୪୮ ମସିହାରେ ୨୪ ଏପ୍ରିଲ ରେ ଏହି ଦଳ ପ୍ରତିଷ୍ଠା ଲାଭ କରିଥିଲା। ଏହାର ୭୫ ତମ ପ୍ରତିଷ୍ଠା ବାର୍ଷିକୀ ପାଳନ ଅବସରରେ ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ ରାଉରକେଲା ଡେଲିମାର୍କେଟ ସ୍ଥିତ ୱାର୍କର୍ସ ଏଣ୍ଡ ପିଯାଣ୍ଟସ ହାଉସ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ସାଧାରଣ ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପାର୍ଟିର ଓଡିଶା ରାଜ୍ୟକମିଟି ସମ୍ପାଦକ ଓ କେନ୍ଦ୍ରୀୟ କମିଟି ସଦସ୍ୟ କମ୍ରେଡ଼ ଶଙ୍କର ଦାସଗୁପ୍ତ ଉଦ୍‌ବୋଧନ ଦେଇଥିଲେ୤

ଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଗଭୀର ଉଦବେଗ ପ୍ରକାଶ କରି ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଦେଶବ୍ୟାପୀ ଜନଜୀବନର ଜ୍ଵଳନ୍ତ ସମସ୍ୟା ନେଇ ଚାଲିଥିବା ଗଣଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାକୁ ସେ ଜନଗଣଙ୍କୁ ଆହ୍ବାନ ଦେଇଛନ୍ତି। ଅନ୍ୟତମ ବକ୍ତା କମ୍ରେଡ଼ ଛବି ମହାନ୍ତି ଆସନ୍ତା ୫ ଅଗଷ୍ଟ ୨୦୨୩ ରେ ମହାନ ମାର୍କସବାଦୀ ଚିନ୍ତାନାୟକ ଏସ୍ ୟୁ ସି ଆଇ ର ପ୍ରତିଷ୍ଠାତା କମ୍ରେଡ଼ ଶିଵଦାସ ଘୋଷଙ୍କ ଜନ୍ମ ଶତବାର୍ଷିକୀ ଉଦଯାପନୀ ଉପଲକ୍ଷେ କଲିକତା ବ୍ରିଗେଡ଼ ପ୍ୟାରେଡ଼ ଗ୍ରାଉଣ୍ଡରେ ହେବାକୁଯାଉଥିବା ମହା ସମାବେଶକୁ ସଫଳ କରିବାକୁ ଆହ୍ବାନ କରିଥିଲେ। ଜିଲ୍ଲା କମିଟି ସମ୍ପାଦକ ଶ୍ରୀ ଅଜିତ ନାୟକ ଏହି ସଭାରେ ସଭାପତିତ୍ୱ କରିଥିଲେ। ପାର୍ଟିର ବରିଷ୍ଠ ସଦସ୍ୟ ସତ୍ୟପ୍ରିୟ ମହାନ୍ତି, ଅଜୟ ମହାନ୍ତି, ଶ୍ରୀନିବାସ ସେଠୀ ଓ ବିଷ୍ଣୁ ପଣ୍ଡା ପ୍ରମୁଖ ମଞ୍ଚସିନ ଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ପାର୍ଟି ନେତା, କର୍ମୀ ଓ ଜନସାଧାରଣ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!