ବିରମିତ୍ରପୁର ଅଞ୍ଚଳରେ ଟିପର-ବାଇକ୍‌ ଧକ୍କା: ଜଳିଗ‌ଲେ ବାଇକ୍‌ ଚାଳକ

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ତଳସେରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣା ଘଟାଇଥିବା ଦୁଇ ଗାଡ଼ି ଓ ବାଇକ୍‌ଚାଳକ ଜଳିଯାଇଛନ୍ତି। ମିଳିଥିବା ସୂଚନା ଅନୁଯାଇ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ କୁଆରମୁଣ୍ଡା ପଟୁ ଏକ ଡମ୍ପର ବାଲି ନେଇ ବୀରମିତ୍ରପୁର ଅଭିମୁଖେ ଆସୁଥିବାବେଳେ ବିପରୀତ ଦିଗରୁ କୁଆରମୁଣ୍ଡା ଯାଉଥିବା ଏକ ବାଇକ ସହ ତଳସେରା ନିକଟରେ ସମ୍ମୁଖରୁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ଦୁର୍ଘଟଣାସ୍ଥଳରେ ନିଆଁ ଲାଗିଯିବାରୁ ଦୁର୍ଘଟଣା ଘଟଇଥିବା ଟିପର ଓ ବାଇକ୍‌ ଚାଳକ ପୋଡ଼ିଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଁ ବୀରମିତ୍ରପୁର ଥାନା ଅଧିକାରୀ ମନୋଜ ମଞ୍ଜରି ନାଏକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି କୁଆରମୁଣ୍ଡା ଦମକଳଗାଡ଼ି ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ବାଇକ୍‌ ଓ ବାଇକ୍‌ ଚାଳକଙ୍କ ଶବ ପୋଡ଼ିଯାଇଥିବାରୁ ତାଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣା ପରେ ଟିପର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଏକ ମାମଲା ଦାୟର କରି ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *

error: Content is protected !!