ଆସନ୍ତା ୨୬ ତାରିଖ ଦିନ ରେଳଲାଇନ ରେ ଗୁରୁତୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଅନେକ ଟ୍ରେନ ଚଳାଚଳ ବନ୍ଦ ରହିବ
1 min read
ରାଉରକେଲା ରୁ ଝାରସୁଗୁଡ଼ା ରେଳ ରାସ୍ତାରେ ଓ ନବୀକରଣ କାର୍ଯ୍ୟ ପାଇଁ ଅନେକ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ରେଳବାଈ ପକ୍ଷରୁ ସୂଚନା ଦିଆଯାଇଛି ରାଉରକେଲା ରେଳ ଷ୍ଟେସନ ଅଧୀକ୍ଷକ ପ୍ରଭାତ ଦାଶଙ୍କ ସୂଚନା ମୁତାବକ ୨୬ ତାରିଖ ଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାମରା ଓ ଧରୁଆଡିହି ଷ୍ଟେସନ ମଧ୍ୟରେ ମରାମତି ଓ ନବୀକରଣ କାର୍ଜ୍ୟ ଚାଲିବ ଏଥିପାଇଁ ହାଉଡ଼ା ମୁମ୍ବାଇ ମୁଖ୍ୟ ରେଳ ମାର୍ଗର ୧୨ଟି ଟ୍ରେନ୍ ବାତିଲ ହେବା ସହ ଅନେକ ଟ୍ରେନ୍ର ଗତିପଥ ପରିବର୍ତ୍ତନ ଏବଂ ଅନ୍ୟ କିଛି ଟ୍ରେନ୍ ଯାତ୍ରା କାଟାଛାଣ୍ଟ କରାଯାଇଛି ତେଣୁ ଯାତ୍ରୀମାନେ ଏ ସମ୍ପର୍କରେ ଆବଶ୍ୟକ ସୂଚନା ସଂଗ୍ରହ କରି ପରବର୍ତ୍ତୀ ପଦକ୍ଷେପ ନେବାକୁ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ୨୬ ତାରିଖ ଦିନ ବାତିଲ ହେବାକୁ ଥିବା ଟ୍ରେନ୍ ମଧ୍ୟରେ ତପସ୍ବିନୀ ଏକ୍ସପ୍ରେସ, ରାଜ୍ୟରାଣି ଏକ୍ସପ୍ରେସ ସହିତ ଅନ୍ୟାନ୍ୟ ଟ୍ରେନ ରହିଛି