ସେକ୍ଟର-୨୨ ଅଞ୍ଚଳରେ ଘରୋଇ ରନ୍ଧନ ଗ୍ୟାସ୍ ଲିକ୍ ଯୋଗୁଁ ଜଣେ ଆହତ
1 min read

ରାଉରକେଲା ସହରର ସେକ୍ଟର-୨୨ ଅଞ୍ଚଳରେ ଘରୋଇ ରନ୍ଧନ ଗ୍ୟାସ୍ ଲିକ୍ ଯୋଗୁଁ ଜଣେ ଆହତ ହୋଇଥିବା ସୂଚନା ମିଳିଛି ସୂଚନା ମୁତାବକ ଜଣେ ମହିଳା ସେକ୍ଟର-୨୨ ଅଞ୍ଚଳର ଲୋକନାଥ ମାର୍କେଟ୍ରେ ଥିବା ଏକ ଏଚ୍ପି ଗ୍ୟାସ୍ ଏଜେନ୍ସିରୁ ରନ୍ଧନ ଗ୍ୟାସ୍ ଆଣି ଏକ ଛୋଟ ଦୋକାନ ଚଳାଉଥିଲେ ଦୋକାନ ଚଳାଉଥିବା ସମୟରେ ଗ୍ୟାସ୍ ଲିକ୍ ହେବା ଯୋଗୁଁ ଅନୁପମା ସାହୁ ନାମକ ଜଣେ ମହିଳା ପୋଡ଼ିଯାଇ ଆହତ ହୋଇଛନ୍ତି ଏହାପରେ ତାଙ୍କୁ ତୁରନ୍ତ ରାଉରକେଲା ସରକାରୀ ହସ୍ପିଟଲକୁ ଚିକିତ୍ସା ପାଇଁ ପଠାଯାଇଛି ଅନ୍ୟପକ୍ଷରେ ନିୟମିତଭାବେ ସ୍ଥାନୀୟ ଏଚ୍ପି ଗ୍ୟାସ୍ ଏଜେନ୍ସି ସଂସ୍ଥା ପକ୍ଷରୁ ଖାମଖିଆଲି ଢଙ୍ଗରେ ରନ୍ଧନ ଗ୍ୟାସ ବଣ୍ଟନ କରାଯାଉଥିବାକୁ ନେଇ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଜଣାପଡ଼ିଛି ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି