ସ୍ବସ୍ତି ଝଙ୍କାର ଆୟୋଜିତ ୨୪ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ମନମୋହିଲା ନାଟକ ‘ପୌରଷ’

1 min read
Spread the love

ସ୍ବସ୍ତି ଝଙ୍କାର ଆୟୋଜିତ ୨୪ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ମନମୋହିଲା ନାଟକ ‘ପୌରଷ’

ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସ୍ବସ୍ତି ଝଙ୍କାର ପକ୍ଷରୁ ଆୟୋଜିତ ୨୪ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ର ଦ୍ବିତୀୟ ସନ୍ଧ୍ୟାରେ ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ପ୍ରଦର୍ଶିତ ହୋଇଛି ଐତିହାସିକ ନାଟକ ‘ ପୌରଷ’୤ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ତତ୍କାଳୀନ ଭାରତର ଅନ୍ୟତମ ପ୍ରଶିଦ୍ଧ ରାଜା ପୌରଷ ଓ ମାସିଡୋନିଆର ରାଜା ଆଲେକ୍‌ଜାଣ୍ଡାର ଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ଓ ପରବର୍ତ୍ତୀ ଘଟଣାକୁ ଏହି ନାଟକ ମାଧ୍ୟମରେ ଚମତ୍କାର ଢଙ୍ଗରେ ପ୍ରଦର୍ଶିତ ହୋଇଥିଲା୤ ଆଲେକ୍‌ଜାଣ୍ଡାର ଭୂମିକାରେ ଭୁବନ ମୋହନ ସ୍ବାଇଁ ଙ୍କ ନିଖୁଣ ଅଭିନୟ ସମେତ ଅନ୍ୟ କଳାକାରଙ୍କ ଅଭିନୟ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା୤ ଢେଙ୍କାନାଳରୁ ଆସିଥିବା ଅଲଟରନେଟିଭ ରିଦିମ ଥିୟଟର ସଂସ୍ଥା ପକ୍ଷରୁ ନାଟ୍ୟକାର ଓ ନିର୍ଦ୍ଦେଶକ ଦିନେଶ ଦାଶଙ୍କ ଏହି ନାଟକ ମଞ୍ଚସଜ୍ଜା , କଳାକାରମାନଙ୍କ ତତ୍କାଳୀନ ସମୟର ବେଷ ପୋଷାକ, ଯୁଧ୍ୟର ଦୃଶ୍ୟ ସହିତ ବିନୟ ଦାଶ୍ଗଙ୍କ ସଙ୍ଗୀତ ନିର୍ଦ୍ଦେଶନା , ଆଲୋକ ଓ ମଞ୍ଚ ସଜ୍ଜା ସମ୍ପୂର୍ଣ୍ଣ ନାଟକଟିକୁ ବେଶ୍‌ ଯିବନ୍ତ କରିବାରେ ସହାୟକ ହୋଇଥିଲା୤ ଏହି ଅବସରରେ ନାଟ୍ୟକାର ଶ୍ରୀ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା୤ ଇତିହାସର କଥାବସ୍ତୁରେ ଥିବା ପୁରୁ ଓ ଆଲାକ୍‌ଜାଣ୍ଡାରଙ୍କ କାହାଣି ମାଧ୍ୟମରେ ସେତେବେଳର ମହାନ ଭାରତୀୟ ସଂସ୍କୃତି ଓ ଦୁର୍ଦ୍ଦଶ ତଥା ଦିଗ୍‌ବିଜୟୀ ଆଲେକ୍‌ଜାଣ୍ଡାରଙ୍କ ଯୁଦ୍ଧ୍ୟ ନିଶା ବନ୍ଦ ହେବା ଆଦି ଘଟଣାର ବର୍ଣ୍ଣନା ନାଟକକୁ ବେଶ ଆକର୍ଷଣୀୟ କରିବାରେ ସହାୟକ ହୋଇଥିଲା୤

Leave a Reply

Your email address will not be published. Required fields are marked *

error: Content is protected !!