ରାଉରକେଲା ସହରରେ ଆନନ୍ଦ ଉଲ୍ଲାସର ପାଳିତ ହେଲା ଇଦ୍ଉଲ୍ ଫିତର
1 min read
ରାଉରକେଲା ସହରରେ ଆନନ୍ଦ ଉଲ୍ଲାସର ପାଳିତ ହେଲା ଇଦ୍ଉଲ୍ ଫିତର
ସମଗ୍ର ଦେଶରେ ଶନିଅବାର ପାଳିତ୍ ହୋଇଛି ଇଦ୍ଉଲ୍ ଫିତର ଏହି କ୍ରମରେ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ଶାନ୍ତି ଓ ସଦ୍ଭାବନାର ପର୍ବ ଇଦୁଲ ଫିତର ପାଳିତ ହୋଇ ଯାଇଛି। ଇସଲାମିକ ପଞ୍ଜିକାର ନବମ ମାସ ରମଜାନରେ ଏକମାସ ଧରି ରୋଜା ବା ଉପବାସ ପାଳନ କରିବା ପରେ ଦଶମ ମାସ ସିୱାଲର ପ୍ରଥମ ଦିନ ମୁସଲମାନ ସମ୍ପ୍ରଦାୟ ଏହି ପର୍ବ ପାଳନ କରିଥାନ୍ତି। ଇଦ ପର୍ବ ଉପଲକ୍ଷେ ରାଉରକେଲା ସହରର୍ ନାଲା ରୋଡ୍ ନିକଟସ୍ଥ ମସ୍ଜିଦ ଓ ଇଦ୍ଗା ପଡ଼ିଆ ଏବଂ ସେକ୍ଟର-୧୫ରେ ଥିବା ଦୁଇତି ମସ୍ଜିଦ ଓ ରିଙ୍ଗ୍ରୋଡ୍ ନିକଟସ୍ଥ ପଡ଼ିଆରେ ସାମୁହିକ ନମାଜ ପାଠ କରାଯାଇଥିଲା। ନମାଜ ପରେ ବିଶ୍ୱ କଲ୍ୟାଣ ପାଇଁ ପ୍ରାର୍ଥନା କରା ଯାଇ ଥିଲା ଏବଂ ପରେ ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ ଓ କରମର୍ଦନ ପୂର୍ବକ ଇଦ୍ ପର୍ବର ବଧେଇ ଦେଇଥିଲେ। ଏହି ଅବସରରେ ନାଲା ରୋଡ୍ ଅଞ୍ଚଳରେ ହୋଇଥିବା କାର୍ଯ୍ୟକ୍ରମରେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଓ ଅନ୍ୟମାନେ ଯୋଗଦେଇ ଇଦଦ୍ ପର୍ବର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ

ସେହିଭଳି ସେକ୍ଟର-୧୫ରେ ହୋଇଥିବା ନମାଜ ବା ପାର୍ଥନା କାର୍ଯ୍ୟକ୍ରମରେ ବିଧାୟକ ସୁବ୍ରତ ତରାଇଙ୍କ ସମେତ ଅନ୍ୟ ରାଜନୈତିକ ଦଳର ନେତା ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ ଏହି ଅବସରରେ ମୁସଲମାନ ସମ୍ପ୍ରଦାୟର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ନୂଆ ବସ୍ତ୍ର ଧାରଣ କରି ଦଳ ଦଳ ହୋଇ ନମାଜ ପାଇଁ ମସଜିଦକୁ ଯାଇଥିଲେ। ଏହା ସହ ଗରିବ ଲୋକଙ୍କୁ ଖାଦ୍ୟ ଓ ବସ୍ତ୍ର ମଧ୍ୟ ବିତରଣ କରିଥିଲେ। ନିଜ ସାହି ପଡ଼ିଶାଙ୍କ ଘରକୁ ଯାଇ ଇଦ୍ର ବଧେଇ ଦେବା ସହ ଏହି ପର୍ବର ବିଶେଷ ମିଷ୍ଟାନ ଖାଦ୍ୟ ସିମେଇ ମଧ୍ୟ ଖୁଆଇଥିଲେ। ଛୋଟ ପିଲାମାନଙ୍କୁ ଇଦି ବା ବଖସିସ ପ୍ରଦାନ କରିଥିଲେ। ମୁସଲିମ ସମୁଦାୟ ନିଜ ବନ୍ଧୁମାନଙ୍କୁ ନିଜ ଘରେ ସୁସ୍ୱାଦୁ ଭୋଜିରେ ନିମନ୍ତ୍ରିତ କରିବାର ଦେଖା ଯାଇଥିଲା। ମୋଟ ଉପରେ କ୍ଷୁଦ୍ର ଭାରତର ସହରଭାବେ ପରିଚିତ ରାଉରକେଲାରେ ଇଦ୍ ପର୍ବ ବେଶ୍ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି