ଆଦର୍ଶ ପାଠାଗାର ପକ୍ଷରୁ ମାସିକ ସାହିତ୍ୟ ଆସର

1 min read
Spread the love

ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ଆଦର୍ଶ ସାହିତ୍ୟ ଘର ପରିସରରେ ଆୟୋଜିତ ହୋଇଛି ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ୤ ପାଠାଗରର ସଭାପତି ଚନ୍ଦ୍ର ଶେଖର ଶତପଥିଙ୍କ ଅଧ୍ୟକ୍ଷତା ଓ ଉପସଭାପତି ଡ ସନାତନ ପ୍ରଧାନଙ୍କ ଆବାହକତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ କବି କୁଞ୍ଜ ବିହାରୀ ରାଉତ୤ ଏଥିରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଆର୍‌ଏସପି ଅଧିକାରୀ ତଥା ସଙ୍ଗଠକ ଭାରତ ଭୁଷଣ ମହାନ୍ତି ଯୋଗଦେଇଥିଲାବେଳେ ମୁଖ୍ୟ ଆଲୋଚକଭାବେ ଶିକ୍ଷାବିତ୍‌ ତଥା ଓଡ଼ିଆ ବିଭାଗ ଅଧ୍ୟାପକ ଡ ପ୍ରଶାନ୍ତ ମହାରଣା ଯୋଗଦେଇଥିଲେ୤ ଏଥିରେ ଓଡ଼ିଶାର ଚର୍ଚ୍ଚିତ ଦାର୍ଶନିକ ତଥା ଲେଖକ ଚିତ୍ତରଞ୍ଜନ ଦାଶଙ୍କ ପ୍ରବନ୍ଧର ଦୀପ୍ତି ଓ ଦ୍ୟୁତି ଶୀର୍ଷକରେ ଆଲୋଚନା ହୋଇଥିଲା୤ ଜଣେ ବିଶିଷ୍ଟ ଚିନ୍ତାନାୟକଭାବେ ସ୍ବର୍ଗତ ଚିତ୍ତରଞ୍ଜନଙ୍କର ପ୍ରବନ୍ଧର ପ୍ରସଙ୍ଗ ଓ ବ୍ୟାପ୍ତି ସମ୍ପର୍କରେ ଶ୍ରୀ ମହାନ୍ତି ବିଷଦ ଆଲୋଚନା କରିଥିଲେ୤ ଡ ମହାରଣା ସ୍ବର୍ଗତ ଚିତ୍ତରଞ୍ଜଙ୍କର ପ୍ରବନ୍ଧ ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ରଚିତ ପ୍ରବନ୍ଧଗୁଡ଼ିକର ନିଆରାପଣ ବିଷୟରେ ଆଲୋକପାତ କରିଥିଲେ୤ ରାଉରକେଲା ମହାବିଦ୍ୟାଳୟର ଅଧ୍ୟକ୍ଷା ସୂଜତା ପ୍ରଧାନ ଗଳ୍ପ ପଠନ କରିଥିଲେ୤ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ କବୟତ୍ରୀ ନିରୁପମା ଦାଶ ଓ କବି ଗୌତମ ଦସଙ୍କ ସଂଯୋଜନାରେ କବିତା ପାଠ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର କବିମାନେ ସ୍ବରଚିତ କବିତା ପାଠ କରିଥିଲେ୤

Leave a Reply

Your email address will not be published. Required fields are marked *

error: Content is protected !!