ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ବିସ୍ରାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ଗ୍ରୀଷ୍ମକାଳୀନ ହକି ପ୍ରଶିକ୍ଷଣ

1 min read
Spread the love

ରାଜ୍ୟର ଗର୍ବ ଓ ଗୌରବଭାବେ ପରିଚିତ ହୋଇଥିବା ରାଉରକେଲାର ବିସ୍ରା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟଡିୟମ୍‌ରେ ଉତ୍ସାହ ଉଦ୍ଦିପନା ମଧ୍ୟରେ ଚାଲିଛି ଗ୍ରୀଷ୍ମକାଳୀନ ହକି ପ୍ରଶିକ୍ଷଣ। ରାଜ୍ୟ କ୍ରୀଡ଼ାବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ହୋଇଥିବା ଏହି ଶିବିରରେ ୬ ରୁ ୧୬ ବର୍ଷ ବୟଷର ପ୍ରାୟ ୭୦୦ଜଣ ୧୦ ଚଳିତ ମାସ ୧୦ ତାରିଖରୁ ପ୍ରଶିକ୍ଷଣ ନେଉଛନ୍ତି। ଏହି ପ୍ରଶିକ୍ଷଣ ନିମନ୍ତେ ପ୍ରତି ପ୍ରଶିକ୍ଷାର୍ଥୀଙ୍କ ନିକଟରୁ ୫୦୦ଟଙ୍କା ଲେଖାଇ ନିଆଯାଇଛି। ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ହକି ଖେଳର ବିଭିନ୍ନ କୌଶଳ ସମେତ ବିଭିନ୍ନ ପ୍ରକାରର ଦୈନଦିନ ବ୍ୟାୟାମ, ଯୋଗ, ଖାଦ୍ୟାଭ୍ୟାସ, ପୋଷକ ଖାଦ୍ୟ ବିବରଣୀ, ଖେଳାଳୀମାନଙ୍କ ଆବଶ୍ୟକ ପୋଷଣ ସମ୍ପର୍କୀତ ତଥ୍ୟ ଆଦି ମଧ୍ୟ ପ୍ରଦାନ କରାଯାଉଛି।

ଏଥିପାଇଁ ଜଣେ ଶାରିରୀକ ପ୍ରଶିକ୍ଷକଙ୍କ ସମେତ ଜଣେ ପୋଷକ ବିଶେଷଜ୍ଞ ବା ନ୍ୟୁଟ୍ରିସନାଲ ଏକ୍ସପର୍ଟ ରହିଛନ୍ତି। ଏହା ବ୍ୟତୀତ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ମହିଳା ଓ ପୁରୁଷ ବର୍ଗର ମୋଟ ୧୬ଜଣ ପ୍ରଶିକ୍ଷକ ପ୍ରଶିକ୍ଷଣ ଦେଉଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରଫୁଲ୍ଲ ତିର୍କୀ ଷ୍ଟାଡିୟମ୍‌ ମଧ୍ୟରେ ଥିବା ଟର୍ଫ୍‌ ବ ପଡ଼ିଆର ଦାୟିତ୍ୱରେ ରହିଥିଲାବେଳେ ରାଜେନ ଏକ୍କା ଷ୍ଟାଡିୟମ୍‌ ବାହାରେ ଥିବା ଅଭ୍ୟାସ ଟର୍ଫ‌ ବା ପଡ଼ିଆର ଦାୟିତ୍ୱରେ ରହିଛନ୍ତି। ପ୍ରତିଦିନ ଉଭୟେ ସନ୍ଧ୍ୟା ଓ ସକାଳ ସମୟରେ ପ୍ରଶିକ୍ଷାର୍ଥୀମାନଙ୍କ ପସନ୍ଦ ମୁତାବକ ସମୟରେ ପ୍ରଶିକ୍ଷଣ ଦିଆଯାଉଛି। ଏହି କ୍ରମରେ ଗୁରୁବାର ଦିନ ସ୍ୱତନ୍ତ୍ରଭାବେ ପ୍ରଶିକ୍ଷାର୍ଥୀମାନଙ୍କୁ ଶାରିରୀକ ବ୍ୟାୟାମ ସହିତ ପୋଷକ ସମ୍ପର୍କୀତ ବିଭିନ୍ନ ପ୍ରଶିକ୍ଷଣ ଓ ସୂଚନା ଦିଆଯାଇଛି। ଏହି ଶିବିରକୁ ପ୍ରବେଶ ନିମନ୍ତେ ପ୍ରବେଶ ପତ୍ର ସହିତ ଅନ୍ୟାନ୍ୟ ବ୍ୟବସ୍ଥା ରହିଛି। ଏହା ସହିତ ପ୍ରଶିକ୍ଷାର୍ଥୀମାନଙ୍କ ଅଭିଭାବକମାନେ ମଧ୍ୟ ଷ୍ଟାଡିୟମ୍‌ ମଧ୍ୟକୁ ପ୍ରବେଶ ପାଇଁ ପ୍ରବେଶ ପତ୍ର ବ୍ୟବସ୍ଥା ରହିଛି। ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଢଙ୍ଗରେ ଚାଲିଛି ପ୍ରଶିକ୍ଷଣ।

Leave a Reply

Your email address will not be published. Required fields are marked *

error: Content is protected !!