ସେବିକା ଦିବସ ପାଳନ ଉପଲକ୍ଷେ ଆର୍ଏସ୍ପି ନର୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ବିବିଧ ପ୍ରତିଯୋଗିତା ଆୟୋଜିତ
1 min read

ରାଉରକେଲା ଇସ୍ପାତ କାରଖାନାର ଇସ୍ପାତ ଜେନେରାଲ ହସ୍ପିଟାଲର ନର୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ଆଗାମୀ ସେବିକା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଆରମ୍ଭ ହୋଇଛି। ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଆନାଟୋମିକାଲ୍ ବଡି ପାର୍ଟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ଇନ୍ଦୁମତି ହାଜିରା, ଦୀପନାନି ବେହୁର ଏବଂ ଜୟସାନୀ ବିଶ୍ଵାଳ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ବିଜେତା ହୋଇଥିଲେ। ଚିତ୍ରାଙ୍କନଗୁଡିକର ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ଡେପୁଟି ସିଏମଓ, ଡକ୍ଟର ଏସ୍ କେ ତିୱାରୀ, ଏନଟିଆଇର ଅଧ୍ୟକ୍ଷା, ବି ପି ଗୋଥ୍, ଏବଂ ନର୍ସିଂ ସିଷ୍ଟର ସୁଶ୍ରୀ ଦିପ୍ତିମୟୀ ପ୍ରଧାନ ମୂଲ୍ୟାଙ୍କନ କରିଥିଲେ। ସେହିଭଳି ବର ଓ ବଧୁ ପୋଷାକ ପରିଧାନ ପ୍ରତିଯୋଗିତାରେ ଶ୍ରାବଣୀ ଗୁରୁ, ରୋଶନ ପରୱିନ୍ ଏବଂ ଶ୍ରୀଲିପ୍ତା ମହନ୍ତ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ପୁରସ୍କାର ଲାଭ କରିଥିଲେ। ଏଥିରେ ମୋଟ ୨୯ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଚାରକଙ୍କ ପ୍ୟାନେଲରେ ଅତିରିକ୍ତ ସିଏମଓ ଡକ୍ଟର ଇନ୍ଦିରା ମିଶ୍ର, ସିନିୟର କନ୍ସଲଟାଣ୍ଟ, ଡକ୍ଟର ଅନିମା ଟିଗା ଏବଂ ବରିଷ୍ଠ ନର୍ସିଂ ସିଷ୍ଟର ସୁଶ୍ରୀ ଗୃହଲକ୍ଷ୍ମୀ ପଲାଇ ସାମିଲ ଥିଲେ।