କୁନି ବାଳକ ପ୍ରିୟାଂଶୁ ଅଦ୍ଭୁତ ଜ୍ଞାନ ଯୋଗୁଁ ବିଶ୍ୱ ରେକର୍ଡର ଅଧିକାରୀ
1 min read
ମାତ୍ର ୨୮ ମିନିଟରେ ୬୫୪ଟି ବିଭିନ୍ନ ପ୍ରକାରର ଚିତ୍ର ଓ ଅକ୍ଷର ଆଦି ଚିହ୍ନିବା ସହ କହିବା ପାଇଁ ୱାର୍ଲ୍ଡ ୱାଇଡ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ କିନିକିବନ୍ଧର ବାଳକ ପ୍ରିୟାଂଶୁ ପାଣିଗ୍ରାହୀ। ପୀୟୁଷ ପାଣିଗ୍ରାହୀଙ୍କ ବୟସ ମାତ୍ର ୨ ବର୍ଷ ୩ମାସ। ବାପା ଉପେନ୍ଦ୍ର ପାଣିଗ୍ରାହୀ ଓ ମାଆ କିରଣ ପଣ୍ଡା ଟିଭି ଦେଖୁ ଦେଖୁ ବାଳକର ଚଟାପଟ୍ ଉତ୍ତର ଦେଖି ବିଶ୍ୱ ରେକର୍ଡ ପାଇଁ ଅନ୍ଲାଇନ୍ ଫର୍ମ ପୂରଣ କରିଥିଲେ। ତାହା ସାକାର କରିଛି ପ୍ରିୟାଂଶୁ।

ଏହି ରେକର୍ଡ ପୂର୍ବରୁ ଯେଉଁ ବାଳକ ସ୍ଥାନ ପାଇଥିଲେ ସେ ୨୯ ମିନିଟରେ ୫୬୫ଟି ପ୍ରଶ୍ନର ଉତ୍ତର ଦେଇ ବିଶ୍ୱ ରେକର୍ଡ କରିଥିଲେ। ପ୍ରିୟାଂଶୁ ପାଣିଗ୍ରାହୀ ୨୮ ମିନିଟ୍ରେ ୬୫୪ଟି ପ୍ରଶ୍ନର ଉତ୍ତର ଦେଇ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ବାତାବରଣ ଦେଖିବାକୁ ମିଳିଛି। ଓଳିଆରୁ ଗଜା ଉକ୍ତିକୁ ପ୍ରମାଣିତ କରିଛନ୍ତି ବଣପାହାଡ଼ ଘେରା ଅଞ୍ଚଲର କୁନି ବାଳକ ପ୍ରିୟାଂଶୁ।