ବିକାଶ ଗ୍ଲୋବାଲ ସ୍କୁଲ୍ରେ ଆର୍ଏସପି ଅଗ୍ନିସମ ବିଭାଗ ପକ୍ଷରୁ ଅଗ୍ନିକାଣ୍ଡ ସମ୍ପର୍କୀତ ମକ୍ଡ୍ରିଲ୍
1 min read
ରାଉରକେଲା ସହରର ସେକ୍ଟର-୧୦ ସ୍ଥିତ ବିକାଶ ଗ୍ଲୋବାଲ୍ ସ୍କୁଲ୍ ପରିସରରେ ଆର୍ଏସପି ଅଗ୍ନିସମ ବିଭାଗ ପକ୍ଷରୁ ଅଗ୍ନିକାଣ୍ଡ ସମ୍ପର୍କୀତ ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅଗ୍ନିସମ ବିଭାଗର ମହା ପ୍ରବନ୍ଧକ ଜୀବନ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ଅଗ୍ନିସମ ବିଭାଗର କର୍ମଚାରୀ ବିଭିନ୍ନ ପ୍ରକାରର ଅଗ୍ନିକାଣ୍ଡ ଏହାକୁ ପ୍ରଶମନ କରିବା ସମ୍ପର୍କୀତ ପ୍ରଦର୍ଶନ କରିଥିଲେ। ସ୍କୁଲ୍ର ଅଧ୍ୟକ୍ଷ୍ଅ ମନୋଜ ମେନନଙ୍କ ନେତୃତ୍ୱରେ ସ୍କୁଲ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ପ୍ରାୟ ୮୦୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନ ମାଧ୍ୟମରେ ଦୈନନ୍ଦିନ କାର୍ଯ୍ୟ ସମୟରେ ସମ୍ମୁଖୀନ ବିଭିନ୍ନ ସାମ୍ଭାବ୍ୟ ଅଗ୍ନିକାଣ୍ଡ ଓ ଏହାର ସମାଧାନ ସମ୍ପର୍କରେ ପ୍ରଦର୍ଶନ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଆଗ୍ରହ ଏବଂ ଉତ୍ସାହର ସହିତ ଭାଗ ନେଇଥିଲେ।