ବଣେଇ କୁଡୁମୀ ସମାଜ ସଂସ୍କାର ସମିତି ତତଫରୁ ସଚେତନତା କାର୍ଯ୍ୟକ୍ରମ
1 min read
ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ କପଣ୍ଡ ଗ୍ରାମଠାରେ କୁଡୁମୀ ସମାଜ ସଂସ୍କାର ସମିତି, ବଣେଇ ତତଫରୁ ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଏଥିରେ ସମିତିର ସଭାପତି ଧନେଶ୍ଵର ମାହାନ୍ତ ସଭାପତିତ୍ବ କରିଥିଲାବେଳେ ବାଇଧର ମାହାନ୍ତ ସଭା ପରିଚାଳନା କରିଥିଲେ। ଏଥିରେ ନାଗ୍ରା ପୀଢ଼ି କୁଡୁମୀ ସମାଜ ସଭାପତି ଧ୍ରୁବ ଚରଣ ମାହାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ବିଲୁପ୍ତ ପ୍ରାୟ କୁଡ଼ମାଲି ଭାଷା ସଂସ୍କୃତି ଓ ନେଗ ନେଗାଚାରୀ ପରମ୍ପରା କୁ ପୁନର୍ଜୀବିତ କରିବା ଏବଂ ନିଜ କୁଡୁମୀ ଜାତିର ସାମ୍ବିଧାନିକ ଅଧିକାର କୁଡୁମୀ ଜାତି କୁ ପୁନଃ ଭାରତ ସରକାର ଆଦିବାସୀ ର ମାନ୍ୟତା ଦାବୀ ରେ ସାରା ଦେଶରେ ଚାଲିଥିବା ଆନ୍ଦୋଳନ ତୀବ୍ର ରୂପ ନେଉଥିବା ସମ୍ପର୍କରେ ଏହି ସଭାରେ ଆଲୋଚନା ହୋଇଥିଲା।

ସମ୍ପ୍ରତି ଓଡିଶାର କୁଡୁମି ସମ୍ପ୍ରଦାୟ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଅନୁଗୁଳ, ଦେବଗଡ, ଯାଜପୁର ଜିଲ୍ଲା ସହ ପଡ଼ୋଶୀ ରାଜ୍ୟ ଝଡ଼ଖଣ୍ଡ, ପଶ୍ଚିମ ବଙ୍ଗ , ଆସାମ, ଛତିଶଗଡ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଧ୍ରୁବ ଚରଣ ମାହାତୋ ପ୍ରକାଶ କରିଥିଲେ। ଧନେଶ୍ଵର ମାହାନ୍ତ ଘରୋଇ ସାମାଜିକ ସଂସ୍କାର ନେଗାଚରି କାର୍ଯ୍ୟକ୍ରମ ଗୁଡିକରେ ପାଶ୍ଚାତ୍ୟ କାରଣ ନକରି ଆମ ଜାତିର ନେଗ ନେଗାଚରୀ କୁ ବିଶେଷ ପ୍ରାଧାନ୍ୟ ଦେବା ସମ୍ବନ୍ଧରେ ଆଲୋଚନା କରି ଥିଲେ। ଶିକ୍ଷାବିତ ଦେବାନନ୍ଦ ମାହାନ୍ତ କଲେଜ ରେ ପଢୁଥିବା ପୁଅ ଝିଅ ମାନଙ୍କୁ ସମାଜ କାମରେ ଆଗେଇ ଆସିବା ପାଇଁ ଆହ୍ବାନ ଜଣାଇ କହିଥିଲେ ଯେ, କୁଡୁମି ସମାଜର ଇତିହାସ ଜାଣନ୍ତୁ। ଯେଉଁ ସମାଜ ତାର ଇତିହାସ ଜାଣିନାହିଁ ସେହି ସମାଜ ତାର ଉଚିତ ଭବିଷ୍ୟତ ଗଠନ କରିପାରେ ନାହିଁ । ଘରର ମହିଳା ମାନେ ଯଦି ଶିକ୍ଷିତ ହୁଅନ୍ତି ତେବେ ତାଙ୍କ ପୁଅ ଝିଅ ମାନଙ୍କୁ ଭଲ ମଣିଷ କରିବାପାଇଁ ଚେଷ୍ଟା କରିବେ । ଏବେ ଆମ ସମାଜ ସଚେତନ ହୋଇ ଆଗକୁ ବଢୁଛି। ଏଥିପାଇଁ ଶିକ୍ଷା ର ଆବଶ୍ୟକତା ବିଷୟରେ ସେ ବୁଝାଇ ଥିଲେ। ଏହି ଅବସରରେ ଉପସଭାପତି ଭ୍ରୂକୁଟୀ ମହନ୍ତ ସମ୍ପାଦକ ମିଶ୍ର ମହନ୍ତଙ୍କ ସମେତ ସାହେବ ମହନ୍ତ, ନାଥୁ ରାମ ମାହାନ୍ତ ପ୍ରମୁଖ ଆଲୋଚକ ଭାବେ ଯୋଗଦାନ କରିଥିଲେ। କର୍ଯକ୍ରମ କୁ ସଫଳ କରିବାପାଇଁ ଟଙ୍କଧର, ଚିତ୍ତରଞ୍ଜନ, ଶିବ ଚରଣ, କାଲି ଚରଣ, ତୁଳାବତୀ, ଶାନ୍ତିଲତା ପ୍ରମୁଖ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ । ଶେଷରେ ବାଇଧର ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।