ସର୍ବଦଳୀୟ କମିଟି ତରଫରୁ ମୋଦି ସରକାରଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟ ବିରୋଧରେ ସତ୍ୟାଗ୍ରହ
1 min read
ରାଉରକେଲା ସହରର ଉଦିତନଗର ସ୍ଥିତ ଆମ୍ବେଦକର ଛକଠାରେ ସର୍ବଦଳୀୟ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟ ବିରୋଧରେ ଧାରଣା ପ୍ରଦର୍ଶନ କରାଯାଇଛି। ରାଉରକେଲା ଜିଲ୍ଲା କଂଗ୍ରେସର ଅଧ୍ୟକ୍ଷ ଦେବବ୍ରତ ବିହାରୀଙ୍କ ନେତୃତ୍ବରେ ଏହି ଧାରଣା ପ୍ରଦର୍ଶନରେ କଂଗ୍ରେସ ସମେତ ଜେଏମ୍ଏମ୍, ସିଆଇଟିୟୁ, ସିପିଆଇଏମ୍ ଆଦି ରାଜନୈତିକ ଦଲର ନେତା ଓ କର୍ମୀମାନେ ଯୋଗଦେଇ ମୋଦି ସରକାରଙ୍କ ବିଭିନ୍ନ ଅଗଣତାନ୍ତ୍ରିକ କାର୍ଯ୍ୟକ୍ରମ ବିରୋଧରେ ଆଲୋଚନା କରିଥିଲେ।

କଂଗ୍ରେସର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ବରିଷ୍ଠ ନେତା ରବି ରାୟ, ଇଞ୍ଜିନିୟର ଆର ପି ସିଂହ, ସବିର ହୁସେନ୍, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବୀରେନ୍ ସେନାପତି, କୈଳାସ ସାହୁ, ଯୁବ କଂଗ୍ରେସ ଅଧ୍ଯକ୍ଷ ଜ୍ଞାନେନ୍ଦ୍ର ଦାସ, ମହିଳା ନେତ୍ରୀ ପ୍ରଭାତୀ ମିଶ୍ରଙ୍କ ସମେତ ଭାସ୍କର ଖିଲାର, ସିଆଇଟିୟୁର ଜାହାଙ୍ଗୀର ଅଲ୍ଲି, ବିମାନ ମାଇତି, ଯୁବ ଆଇନଜୀବୀ ତଥା ବାମପନ୍ଥୀ ନେତା ରାଜକିଶୋର ପ୍ରଧାନ ପ୍ରମୁଖ ଯୋଗଦେଇ ମୋଦି ସରକାରଙ୍କ ବିରୋଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।