ଆର୍ଏସପି କର୍ମଚାରୀଙ୍କୁ ଇଡ଼ି (ୱାର୍କସ) ସ୍କିଲ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ
1 min read
ରାଉରକେଲା ଇସ୍ପାତ କାରଖାନାର ଏଚଆରଡ଼ି ସେଣ୍ଟରଠାରେ ଆୟୋଜିତ ଏକ ଉତ୍ସବରେ ବିଭିନ୍ନ ଟ୍ରେଡ ଯଥା ହାଇଡ୍ରଲିକ ଟେକନିସିଆନ, ଟର୍ଣ୍ଣର, ୱେଲ୍ଦର, ଫିଟର, ଇଲେକ୍ଟ୍ରିସିଆନ ଏବଂ ଇଲେକ୍ଟ୍ରୋନିକ୍ସ ମେକାନିକ ବର୍ଗରେ ଆୟୋଜିତ ଦକ୍ଷତା ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ ହାସଲକାରୀ କାରଖାନାର କର୍ମଚାରୀମାନଙ୍କୁ ଇଡ଼ି (ୱାର୍କସ) ସ୍କିଲ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ଆରଏସପିର କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏସ.ଆର. ସୁର୍ଯ୍ୟବଂଶୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୁରସ୍କୃତ କର୍ମଚାରୀଙ୍କୁ ଟ୍ରଫି, ସାର୍ଟିଫିକେଟ ଓ ପୁରସ୍କାର ରାଶି ଚେକ ଆକାରରେ ପ୍ରଦାନ କରାଯାଇଥିଲା। ଏହି ଅବସରେ ନିଜର ବକ୍ତବ୍ୟରେ ଶ୍ରୀ ସୁର୍ଯ୍ୟବଂଶୀ ପୁରସ୍କାର ବିଜେତା ଏବଂ ଅନ୍ୟ ଅଂଶଗ୍ରହଣକାରୀଙ୍କୁ କାରଖାନାର ଉତ୍ପାଦନ ଓ ପ୍ରଦର୍ଶନରେ ଉନ୍ନତି ଆଣିବାରେ ଯୋଗଦାନ ଦେବା ନିମନ୍ତେ ଅଭିନନ୍ଦନ ଜଣାଇଥିଲେ। ହାଇଡ୍ରଲିକ ଟେକନିସିଆନ ଟ୍ରେଡରେ ହଟ ଷ୍ଟ୍ରିପ ମିଲ-୧ ବିଭାଗର ମାଷ୍ଟର ଅପରେଟିଭ, ପ୍ରଫୁଲ୍ଲ କୁମାର ପାତ୍ର, ଏସଏମଏସ ବିଭାଗର ସିନିୟର ଟେକନିସିଆନ, ଜୟଦ୍ରଥ ମହାପାତ୍ର ଏବଂ ଏସଏମଏସ-୧ ବିଭାଗର ଟେକନିସିଆନ, ଅମର କୁମାର ଭୂୟାଁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଲାଭ କରିଥିଲେ ସେହିଭଳି ଟର୍ଣ୍ଣର ଟ୍ରେଡରେ ଏସଏମଏସ-୧ ବିଭାଗର ସିନିୟର ଟେକନିସିଆନ, ସରୋଜ କୁମାର ବେହେରା, ସପ୍ସ ଆରଏସଏମ ବିଭାଗର ସିନିୟର ଟିସିଓ, ସନ୍ତୋଷ କୁମାର ମଲ୍ଲିକ ଏବଂ ବ୍ଳାଷ୍ଟ ଫର୍ନ୍ନେସ ବିଭାଗର ଟେକନିସିଆନ, ମିଲନ ଦତ୍ତ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଲାଭ କରିଥିଲେ। ୱେଲ୍ଦର ଟ୍ରେଡରେ ସପ୍ସ ଷ୍ଟ୍ରକଚରାଲ ଆଣ୍ଡ ଫେବ୍ରିକେସନ ସପର ସିନିୟର ଟେକନିସିଆନ, ଝାସ ମୋହନ ପୋଧା, ଅକ୍ସିଜେନ ପ୍ଳାଣ୍ଟ ବିଭାଗର ମାଷ୍ଟର ଟେକନିସିଆନ, ଗୋବିନ୍ଦ ଚନ୍ଦ୍ର ସାହୁ ଏବଂ ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗର ଟେକନିସିଆନ, ମିଲନ ଦତ୍ତ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଲାଭ କରିଥିଲେ।

ଇଲେକ୍ଟ୍ରିସିଆନ ଟ୍ରେଡରେ ଆରଏସ(ଇ) ବିଭାଗର ଓସିଟି, ସତୀଶ କୁମାର ସାହୁ, ପାୱାର ଡିଷ୍ଟ୍ରିବ୍ୟୁସନ ବିଭାଗର ଟେକନିସିଆନ, ଯଜ୍ଞେସ୍ଵର ସାହୁ ଏବଂ ଆରଏମଏଚପି ବିଭାଗର ଏମଓଏମଟି, ପ୍ରକାଶ କୁମାର ସାହୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଲାଭ କରିଥିଲେ। ସିଡ଼ିପିଏ ବର୍ଗରେ ସି ଆଣ୍ଡ ଆଇଟି ବିଭାଗର ଡ଼ିପିଓ, ଯୋଜନ ଯୋଜୋ ଦାସ, ଦିଲ୍ଲୀପ ବେହେରା ଓ ନୂତନ ପ୍ଳେଟ ମିଲ ବିଭାଗର ଏସଓଏସଟି, ଶୀର୍ଷାନନ୍ଦ ଦାସ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଲାଭ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏଚଆରଡ଼ି ସୁଶ୍ରୀ ରାଜଶ୍ରୀ ବାନାର୍ଜୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏଚଆରଡ଼ି ବିଭାଗର ସିନିୟର ମେନେଜର, ଏଲ ମାରାଣ୍ଡି ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଏଚଆରଡ଼ି ବିଭାଗର ସିନିୟର ମେନେଜର, ସୁଶ୍ରୀ ଅର୍ଣ୍ଣପୂର୍ଣ୍ଣା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।