ଆର୍‌ଏସ୍‌ପି ଦ୍ୱାରା ପ୍ରାୟୋଜିତ ୩୦ ଜଣ ପଛୁଆତ ବର୍ଗର ଛାତ୍ରଛାତ୍ରୀଙ୍କ ସିପେଟରେ ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ନିଯୁକ୍ତି

1 min read
Spread the love

ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ), ଭୁବନେଶ୍ୱରରେ ‘ମେସିନ୍ ଅପରେଟର୍ – ପ୍ଲାଷ୍ଟିକ୍ ପ୍ରୋସେସିଂ (ଏମଓ-ପିପି)’ ରେ ୬ ମାସର ସାର୍ଟିଫିକେଟ୍ ପାଠ୍ୟକ୍ରମ ନିମନ୍ତେ ପ୍ରାୟୋଜିତ ସମସ୍ତ ୩୦ ଜଣ ପଛୁଆ ବର୍ଗର ଛାତ୍ରଛାତ୍ରୀ ଦକ୍ଷତା ବିକାଶ ପାଠ୍ୟକ୍ରମର ସଫଳ ସମାପ୍ତି ପରେ କ୍ୟାମ୍ପସ ପ୍ଲେସମେଣ୍ଟରେ ନିଯୁକ୍ତି ପାଇଛନ୍ତି। ଆଜୀବିକା ବୃଦ୍ଧି ନିମନ୍ତେ ଆରଏସପିର ସିଏସଆର ଯୋଜନା ଅନ୍ତର୍ଗତ ପାରିପାର୍ଶ୍ୱିକ ଅଞ୍ଚଳର ଗରିବ ତଥା ବଞ୍ଚିତ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଁ ଏହି ସିଏସଆର ପ୍ରୟାସ ଆରମ୍ଭ କରିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ୧୦.୪୩ ଲକ୍ଷ ଟଙ୍କା ବ୍ୟୟରେ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସିପେଟକୁ ତାଲିମ ନିମନ୍ତେ ପଠାଯାଇଥିଲା ଯେଉଁମାନେ ଉପରୋକ୍ତ ପାଠ୍ୟକ୍ରମ ଶେଷ କରିବା ପରେ ସମସ୍ତେ କ୍ୟାମ୍ପସ୍ ପ୍ଲେସମେଣ୍ଟ୍ ମାଧ୍ୟମରେ ସମସ୍ତେ ଚାକିରି ଅଫର୍ ପାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ସିପେଟ ଛାତ୍ରଛାତ୍ରୀମାନଙ୍କ ପାଇଁ ସୁସଜ୍ଜିତ ଶ୍ରେଣୀ କୋଠରୀ, ଅତ୍ୟାଧୁନିକ ପ୍ରୟୋଗଶାଳା, କର୍ମଶାଳା ଏବଂ ହଷ୍ଟେଲ ଇତ୍ୟାଦି ସୁବିଧା ପ୍ରଦାନ କରୁଛି। ନିକଟରେ ସେକ୍ଟର-୨୦ ପାର୍ଶ୍ଵାଞ୍ଚଳ ବିକାଶ ପ୍ରତିଷ୍ଠାନରେ ସିଏସ୍ଆର ବିଭାଗ ଦ୍ୱାରା ସଦ୍ୟ ନିଯୁକ୍ତି ସୁଯୋଗ ପାଇଥିବା ପ୍ରଥମ ପର୍ଯ୍ୟାୟର ୩୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମତବିନିମୟ ଅଧିବେଶନ ଆୟୋଜିତ ହୋଇଥିଲା। ଏଥିରେ ଆର୍‌ଏସପି ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସମାଜର ପଛୁଆ ବର୍ଗର ପିଲାମାନଙ୍କୁ ସୁଯୋଗ ଯୋଗାଇବା ଏବଂ ସ୍କିଲ୍ ଇଣ୍ଡିଆ ମିଶନକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆରଏସପିର ଏହି ପ୍ରୟାସକୁ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!