ଆରଏସପି ସିଲିକନ ଷ୍ଟିଲ ମିଲ୍ ବିଭାଗରେ ଅଗ୍ନି ନିର୍ବାପନ ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କୀତ ପ୍ରଦର୍ଶନ

1 min read
Spread the love

ରାଉରକେଲା ଇସ୍ପାତ କାରଖାନାର ସିଲିକନ ଷ୍ଟିଲ ମିଲ ବିଭାଗଠାରେ ଅଗ୍ନିଶମ ସେବା ସପ୍ତାହ ପାଳନ ଉପଲକ୍ଷେ ଅଗ୍ନି ନିର୍ବାପନ ଏବଂ ଉଦ୍ଧାର କାର୍ଯ୍ୟ ଉପରେ ଏକ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ହଟ ଷ୍ଟ୍ରିପ ମିଲ-୧, ସିଆରଏମ, ଏସଏସଏମ, ପିପି ଓ ଆରଏସ ବିଭାଗର ସିଜିଏମ ସୁବ୍ରତ କୁମାର, ସିଆରଏମ ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ନିହାର ରଞ୍ଜନ ଦାସଙ୍କ ସ୍ମଏତ ସିଲିକନ ଷ୍ଟିଲ ମିଲ ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକଚିତ୍ତ ରଞ୍ଜନ ମିଶ୍ର, ଅଗ୍ନିଶମ ସେବା ବିଭାଗର ମହାପ୍ରବନ୍ଧକ ଜୀବନ ବଲ୍ଲଭ ପଟ୍ଟନାୟକଙ୍କ ସମେତ ବରିଷ୍ଠ ଅଧିକାରୀ ଓ ବିଭାଗର ବହୁ ସଂଖ୍ୟକ କର୍ମଚାରୀ ଉପସ୍ଥିତ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ କର୍ମଚାରୀମାନଙ୍କୁ ବିଭିନ୍ନ ଅଗ୍ନି ନିର୍ବାପକ ଏବଂ ଉଦ୍ଧାର କୌଶଳ ତଥା ବିଭିନ୍ନ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ଏବଂ ପ୍ରୟୋଗ ବିଷୟରେ ସୂଚନା ଦିଆଯାଇଥିଲା।

ଅଗ୍ନିଶମ ସେବା ବିଭାଗର ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଅଗ୍ନିଶମ ସେବା ବିଭାଗୀୟ ଦଳ ଦ୍ଵାରା ଏହି ପ୍ରଦର୍ଶନ ସମ୍ପନ୍ନ ହୋଇଥିଲା। ଯେକୌଣସି ଘଟଣାର ମୁକାବିଲା ପାଇଁ ଉଚ୍ଚ ସ୍ତରର ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ଆରଏସପିର ବିଭିନ୍ନ ୟୁନିଟରେ ଅଗ୍ନି ସେବା ବିଭାଗ ଦ୍ଵାରା ନିୟମିତ ବ୍ଯବଧାନରେ ଏହିପରି ମକ୍ ଅଗ୍ନି ଏବଂ ସୁରକ୍ଷା ଡ୍ରିଲ୍ ଆୟୋଜିତ ହୋଇଥାଏ। ଏହି କାର୍ଯ୍ୟକ୍ରମକୁ ଅଗ୍ନିଶମ ସେବା ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର, ଶ୍ରୀ ଶୁଭାବରତ ସାହୁ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!