ଏନ୍ଆଇଟି ରାଉରକେଲାରେ ଜି-୨୦ ଜନଭାଗିଦାରୀ ଅନ୍ତର୍ଗତ ଯୁବ-ଉଦ୍ୟୋଗୀ ସମ୍ପର୍କୀତ କାର୍ଯ୍ୟକ୍ରମ
1 min read
ରାଉରକେଲା ସ୍ଥିତ ଏନ୍ଆଇଟିରେ ଜି-୨୦ ଜନଭାଗିଦାରୀ ଅନ୍ତର୍ଗତ ଉଦ୍ୟୋଗୀ ସମ୍ପର୍କୀତ ଏକ କାର୍ଯ୍ୟକ୍ରମ ଅନୁଷ୍ଠାନର ଏଫ୍ଟିବିଆଇ ବା ନବ ଉଦ୍ୟୋଗୀ ଏବଂ ପ୍ରଯୁକ୍ତି ପ୍ରତିଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଏଥିରେ ଏଫ୍ଟିବିଆଇମୁଖ୍ୟ କାର୍ଯ୍ୟନିର୍ବାହୀ ଚିରଞ୍ଜିବି ସାମଲ ଓ ପ୍ରତିଷ୍ଠାନର ମୁଖ୍ୟ ପ୍ରଫେସର ମନୋଜ କୁମାର ମିଶ୍ର ଉଦ୍ବୋଧନ ଦେଇଥିଲେ ଏଥିରେ ବିଭିନ୍ନ ପ୍ରକାରର କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ଏବଂ ଉଦ୍ୟୋଗ ସମ୍ପର୍କରେ କଟକରୁ ଆସିଥିବା ଏମ୍ଏସ୍ଏମଇ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପୱନ କୁମାର ଗୁପ୍ତା ଉଦ୍ବୋଧନ ଦେଇଥିଲେ କାର୍ଯ୍ୟକ୍ରମରେ ଭିତ୍ତି ନିବନ୍ଧ ଉପାସ୍ଥାପନ କରିଥିଲେ ଏନ୍ଆଇଟି ସୁରଥକଲ୍ର ପ୍ରଫେସର ଅରୁଣ ଇସ୍ଲୁର

ପ୍ରଫେସର ଅରୁଣ ଏହି ଅବସରରେ ଫେସ୍ବୁକ୍ ଭଳି ସଂସ୍ଥା କିପରି ଏକ ଷ୍ଟାର୍ଟଅପ୍ ସଂସ୍ଥାର ବୃହତ୍ତ ସଂସ୍ଥାରେ ପରିଣତ ହୋଇଛି , ସେ ସମ୍ପର୍କରେ ଆଲୋଚନା କରିଥିଲେ ଏଥିରେ ମୁଖ୍ୟ ଅତିଥିଭାବେ ଏନ୍ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ବର ରାଓ ଯୋଗଦେଇ ବିଦ୍ୟୁତ ଉତ୍ପାଦନ ସମ୍ପର୍କରେ ନୂତନ କୌଶଳ ବାହାର କରିବା ପାଇଁ ଆହ୍ବାନ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ରାଉରକେଲା ସମେତ ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନର ୩୫ଟି ସ୍କୁଲ୍ର ଛାତ୍ରଛାତ୍ରୀ ଯୋଗଦେଇ ଅନେକ ନବ୍ୟ ପ୍ରକଳ୍ପ ଉପସ୍ଥାପନ କରିଥିଲେ ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଉଦ୍ୟୋଗୀ ଏବଂ ଭବିଷ୍ୟତରେ ଉଦ୍ୟୋଗୀ ହେବାର ଆଶା ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପାଦେୟ ବିଷୟ ସମ୍ପର୍କରେ ସୂଚନା ଦିଆଯାଇଥିଲା