ଆର୍ଏସପି ଏବଂ ଟ୍ରାଇଫେଡ ଦ୍ଵାରା ଆୟୋଜିତ ଆଦି ମହୋତ୍ସବ-୨୦୨୩ ଉଦଯାପିତ
1 min read
ରାଉରକେଲା ଇସ୍ପାତ କାରଖାନା- ଆରରଏସପି ଏବଂ ଆଦିବାସୀ ସମବାୟ ମାର୍କେଟିଂ ଡେଭଲପମେଣ୍ଟ ଫାଉଣ୍ଡେସନ-ଟ୍ରାଇଫେଡ ଦ୍ଵାରା ମିଳିତ ଭାବେ ଆୟୋଜିତ ୯ ଦିନିଆ ବିଶାଳ ଆଦିବାସୀ ପ୍ରଦର୍ଶନୀ ଆଦି ମହୋତ୍ସବ ଏପ୍ରିଲ ୧୬ ତାରିଖରେ ଉଦ୍ଯାପିତ ହୋଇଯାଇଛି ଏହି ଅବସରରେ ସୁନ୍ଦରଗଡ ବିଧୟିକା କୁସୁମ ଟେଟେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଆରଏସପିର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ ଏବଂ ଟ୍ରାଇଫେଡର ଉପାଧ୍ୟକ୍ଷ ପି କେ କହଁର ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ । ଆଦିବାସୀମାନଙ୍କ କଳା ଓ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆରଏସପି ଏବଂ ଟ୍ରାଇଫାଇଡର ଏହି ଉଦ୍ୟମକୁ ବିଧାୟିକା ପ୍ରଶଂସା କରି କହିଥିଲେ ଯେ, “ଆଦି ମହୋତ୍ସବ ପରି କାର୍ଯ୍ୟକ୍ରମ କଳା, ସଂସ୍କୃତି ଏବଂ ହସ୍ତତନ୍ତରେ ଆଦିବାସୀମାନଙ୍କ ଅପାର ପ୍ରତିଭା ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥାଏ।”

ଶ୍ରୀ ଶତପଥୀ ନିଜର ବକ୍ତବ୍ୟରେ ବିଭିନ୍ନ ସିଏସଆର ପଦକ୍ଷେପ ମାଧ୍ୟମରେ ପାରିପାର୍ଶ୍ୱିକ ଅଞ୍ଚଳରେ ବସବାସକରିଥିବା ଆଦିବାସୀମାନଙ୍କ ଜୀବନଧାରଣ ମାନରେ ଅଧିକ ଉନ୍ନତି ପାଇଁ ଆରଏସପିର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହି ସମାରୋହରେ ଏକ ଜିଲ୍ଲା ଏକ ସାମଗ୍ରୀ ର ଶୁଭାରମ୍ଭ କରାଯାଇଥିଲା । ଏଥିରେ ମନୋନୀତ ଉତ୍ପାଦଗୁଡିକ ମଧ୍ୟରେ ପୁରୀ ଜିଲ୍ଲାର ପଟ୍ଟଚିତ୍ର ପେଣ୍ଟିଂ ଏବଂ ସୋନପୁର ଜିଲ୍ଲାର ବୋମକେଇ ଶାଢୀ କାରିଗରମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ସେହିଭଳି ହସ୍ତଶିଳ୍ପ ଷ୍ଟଲ୍ ଏବଂ କାରିଗରମାନଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ସାନ୍ତାଳ, ଧାରୁଆ, ପରଜା, ଓରାମ, କିସାନ୍, ପାଉଡି ଭୁୟାନ୍, ଡୋଙ୍ଗରିଆ କନ୍ଧ ଏବଂ କୁଟିଆ କାନ୍ଧ ଭଳି ବିଭିନ୍ନ ଜନଜାତିର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ ସନ୍ଧ୍ୟାରେ ପ୍ରାୟ ୧୪୦ ଜଣ ଆଦିବାସୀ କଳାକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ନୃତ୍ୟ ପ୍ରଦର୍ଶନଗୁଡିକ ଆଦିବାସୀ ଜୀବନଶୈଳୀ ଏବଂ ପ୍ରକୃତି ସହିତ ସେମାନଙ୍କର ଘନିଷ୍ଠ ବନ୍ଧନର ଏକ ଉତ୍ସବ ଥିଲା। ଟ୍ରାଇଫେଡର ଆଞ୍ଚଳିକ ଅଧିକାରୀ ରାହୁଲ କୁମାର ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।