ବିପଦ ସଙ୍କୁଳ ଅବସ୍ଥାରେ ଏସ୍ଟିଆଇ ଛକରୁ ପାନପୋଷ ରାସ୍ତାର ସୁରୁଚି ବଜାର ସମ୍ମୁଖ ରାସ୍ତା
1 min read
ରାଉରକେଲା ସହରର ଏକ ବ୍ୟସ୍ତବହୁଳ ରାସ୍ତାଭାବେ ଏସ୍ଟିଆଇ ଛକରୁ ପାନପୋଷ ରାସ୍ତା ପରିଚିତ। ଏହି ରାସ୍ତାର ସୁରୁଚି ବଜାର ସମ୍ମୁଖରେ ଥିବା ରାସ୍ତାର ମଝିରେ ଡ୍ରେନ୍ ଢଙ୍କାପାଇଁ ରହିଥିବା ସ୍ଲାବ୍ର ଲୁହା ପତି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏହି ରାସ୍ତା ଯଥାଶୀଘ୍ର ମରାମତି କରା ନଗଲେ ଏହା ଯୋଗୁଁ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏହାକୁ ନେଇ ଯଥାଶୀଘ୍ର କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହେଉଛି।