କଲଚ଼ରାଲ ଏକାଡେ଼ମୀ ପରିଚାଳିତ ସ୍କୁଲ ଅଫ୍ ଫାଇନ୍ ଆର୍ଟସ ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ
1 min read
ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ସଂସ୍ଥା କଲଚ଼ରାଲ ଏକାଡେ଼ମୀ ପରିଚାଳିତ ସ୍କୁଲ ଅଫ୍ ଫାଇନ୍ ଆର୍ଟସ୍ଦ୍ୱାରା ପ୍ପ୫୦ତମ ଶିଳ୍ପୀଗୁରୁ ବିମ୍ୱାଧର ବର୍ମା ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାଡ୍ଗ ଏକାଡେ଼ମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୪ଟି ବିଭାଗରେ ହୋଇଥିଲା। ନର୍ସରୀରୁ ପ୍ରଥମ ଶ୍ରେଣୀ ‘କ’-ବିଭାଗ, ୨ୟ ରୁ ୪ର୍ଥ ପର୍ଯ୍ୟନ୍ତ ‘ଖ’-ବିଭାଗ, ୫ମ ରୁ ୭ମ ପର୍ଯ୍ୟନ୍ତ ‘ଗ’-ବିଭାଗ ଏବଂ ୮ମ ରୁ ୧୦ମ ପର୍ଯ୍ୟନ୍ତ ‘ଘ’-ବିଭାଗ। ଏହି ପ୍ରତିଯୋଗିତାକୁ ସଫଳ କରିବାପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଗୋକୁଳାନନ୍ଦ ଦାଶ, କାଶୀନାଥ ପାତ୍ର, ପୂର୍ଣ୍ଣଚନ୍ଦ୍ର ମାହାତୋ, ରୀନୁ ପ୍ରଧାନ, ସଭାପତି ଡ. ପ୍ରଭାତ କୁମାର ମଲ୍ଲିକ, ସାଧାରଣ ସମ୍ପାଦକ ଅକ୍ଷୟ ସାମଲ, କିଶୋର ବେହେରା, ସୁଜିତ ନାୟକ, ଆଲୋକ ବୋଷ ପ୍ରମୁଖ ସହଯୋଗ କରିଥିଲେ। କୃତି ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ତା.୩୦.୦୪.୨୦୨୩ ରିଖରେ ଅନୁଷ୍ଠିତ ହେବାକୁ ଥିବା ସ୍କୁଲର ପ୍ପବାର୍ଷିକ ଉତ୍ସବଡ୍ଗପୁରସ୍କୃତ କରାଯିବ।