ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ପାର୍ଶ୍ଵାଞ୍ଚଳର ୭୫୭ ଜଣ ଛାତ୍ରଛାତ୍ରୀଙ୍କୁ ୧୫.୨୨ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ଵ (ସିଏସ୍ଆର୍) ପଦକ୍ଷେପ ଅନ୍ତର୍ଗତ ନୂଆଗାଁ, ବିଶ୍ରା, କୁଆରମୁଣ୍ଡା ଓ ଲାଠିକଟା ବ୍ଲକ ତଥା ପୁନର୍ବସତି କଲୋନୀ ଓ ଆଦର୍ଶ ଇସ୍ପାତ ଗ୍ରାମ ଆଦି ପାର୍ଶ୍ଵାଞ୍ଚଳ ଗ୍ରାମଗୁଡିକର ୯୫ ଟି ୟୁପି ସ୍କୁଲ୍ ଏବଂ ୨୦୨ଟି ହାଇସ୍କୁଲରୁ ସପ୍ତମ ଓ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ୭୫୭ ଜଣ ଛାତ୍ରଛାତ୍ରୀଙ୍କୁ ୧୫. ୨୨ ଲକ୍ଷ ଟଙ୍କାର ମେଧାବୀ ଛାତ୍ରବୃତ୍ତି ପ୍ରଦାନ କରିଛି। ଏହି ଟଙ୍କା ସମସ୍ତ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି। ଏହି ଅବସରରେ ସିଏସ୍ଆର୍ ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ମୁନମୁନ୍ ମିତ୍ରଙ୍କ ସମେତ ମୁଖ୍ୟ ଅତିଥିଭାବେ ସହର ପ୍ରଶାସନ ବିଭାଗ ଓ ସିଏସ୍‌ଆର୍‌ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅଜୟ ନାୟକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ପରୀକ୍ଷାରେ ସେମାନଙ୍କର ଫଳାଫଳ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯାଇଛି। ପ୍ରତ୍ୟେକ ବିଦ୍ୟାଳୟର ବାଳକ ଏବଂ ବାଳିକାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଲାଭ କରିଥିବା ଛାତ୍ରଛାତ୍ରୀ ୩୦୦୦ ଟଙ୍କା ଦିଆ ଯାଇଥିବା ବେଳେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୨୦୦୦ ଏବଂ ୧୦୦୦ ଟଙ୍କା ପ୍ରତ୍ୟେକଙ୍କୁ ପ୍ରଦାନ କରାଯାଇଥିଲା।  ଛାତ୍ରଛାତ୍ରୀମାନଙ୍କୁ ସମୁଦାୟ ୧୫୨୨୦୦୦ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଶ୍ରୀ ନାୟକ ତାଙ୍କ ସମ୍ବୋଧନରେ ପାର୍ଶ୍ଵାଞ୍ଚଳ ଜନସାଧାରଣଙ୍କର ସାମଗ୍ରିକ ବିକାଶ ପାଇଁ ଆରଏସପିର ବହୁମୁଖୀ ସିଏସଆର ପଦକ୍ଷେପ ସମ୍ପର୍କରେ କହିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତିର ସର୍ବୋତ୍ତମ ଉପଯୋଗ କରିବାକୁ ଏବଂ ଏକକ ମନୋଭାବ ସହିତ ସେମାନଙ୍କର ପାଠ୍ୟକ୍ରମ ଲକ୍ଷ୍ୟର ଅନୁସରଣ କରିବାକୁ ସେ ଅନୁପ୍ରେରିତ କରିଥିଲେ। ସିଏସଆର ବିଭାଗର ସିନିୟର ଫିଲ୍ଡ ଆସିଷ୍ଟାଣ୍ଟ ବେନେଡିକ୍ଟ ଏକା ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।          

Leave a Reply

Your email address will not be published. Required fields are marked *

error: Content is protected !!