ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ସାହିତ୍ୟ ଆସର ଆୟୋଜିତ
1 min read
ସୁନ୍ଦରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସାହିତ୍ୟ ଅନୁଷ୍ଠାନ– ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ସାହିତ୍ୟ ଆସର ଓ ‘ଟିକି ଟିକି ସୁନାଫୁଲ’ ପତ୍ରିକାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ସଂସଦର ସଭାପତି ମହେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଛେଣ୍ଡ କଲୋନୀର କଳିଙ୍ଗ ବିହାର ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଂଘ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଚିକିତ୍ସକଭାବେ ଡାକ୍ତର ଉତ୍ତମ ଚରଣ ଜେନା ଯୋଗଦେଇଥିଲେ ମୁଖ୍ୟବକ୍ତାଭାବେ ସମାଜସେବୀ ତଥା କବି ରେବତୀ ବଲ୍ଲଭ ବେହେରା ଯୋଗଦେଇ ଉତ୍କଳୀୟ ନବବର୍ଷ ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟ ଅତିଥି ଡାକ୍ତର ଜେନା ଓଡ଼ିଶାର ମହାନ ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ ସମ୍ମାନିତ ଅତିଥିଭାବେ ବରିଷ୍ଠ ସମାଜସେବୀ ତଥା ସଙ୍ଗଠକ ଇଂ ଅଭୟ ଦାସ ଯୋଗଦେଇ ସୂର୍ଯ୍ୟଙ୍କ ଉତ୍ତରାୟଣ ସମ୍ପର୍କରେ ଆଲୋଚନା କରିଥିଲେ ସଂସଦର ସାଧାରଣ ସମ୍ପାଦକ ସୁନୀଲ କୁମାର ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହିତ ପତ୍ରିକା ସମ୍ପର୍କରେ ସୂଚନା ଦେଇଥିଲେ ଶିକ୍ଷୟିତ୍ରୀ ବିନୋଦିନି ପଣ୍ଡା ପତ୍ରିକାର ସମୀକ୍ଷା କରିଥିଲେ ସଂସଦର ସଙ୍ଗଠନ ସମ୍ପାଦକ ବ୍ରହ୍ମାନନ୍ଦ ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର କବିମାନେ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ