ଓଡ଼ିଶା କୁଷ୍ଠରୋଗୀ ସଂଘ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ରାଜ୍ୟ ମାନବାଧିକାର ଆୟୋଗଙ୍କୁ ସ୍ମାରକପତ୍ର

1 min read
Spread the love

ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରାୟ ୨୮ ହଜାରରୁ ଅଧିକ କୁଷ୍ଠ ରୋଗୀ ରହିଛନ୍ତି । ଏମାନଙ୍କ ଥଇଥାନ ଓ ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହା ସତ୍ତ୍ବେ ସୁଦ୍ଧା ସେମାନଙ୍କ ସମସ୍ୟା ବୃଦ୍ଧି ପାଉଥିବା ଓଡ଼ିଶା କୁଷ୍ଠରୋଗୀ ସଂଘ ପକ୍ଷରୁ କୁହାଯାଇଛି। ଏହି କ୍ରମରେ ରାଉରକେଲା ସହରର ସେକ୍ଟର-୨୧ ସ୍ଥିତ ନୟାବଜାର କୁଷ୍ଠ ରୋଗୀ ବସତିରେ ରହୁଥିବା ସଂଘର ରାଜ୍ୟ ସଭାପତି ଉମେଶ ନାୟକ ରାଜ୍ୟ ମାନବାଧିକାର ଆୟୋଗଙ୍କ ସମେତ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଆୟୁକ୍ତଙ୍କୁ ୧୭ଦଫା ଦାବି ସମ୍ବଳିତ ଏକ ପତ୍ର ଲେଖିଛନ୍ତି। ଏହି ପତ୍ର ମାଧ୍ୟମରେ କୁଷ୍ଠ ରୋଗୀମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚନା ଦିଆଯିବା ସହ ସେମାନଙ୍କର ଦାବି ପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ବିଶେଷ କରି ସେମାନେ ପାଉଥିବା ମାସିକିଆ ଭତ୍ତା ବୃଦ୍ଧି କରିବା, ସେମାନଙ୍କୁ ବିଭିନ୍ନ ସମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ସହିତ ଅନ୍ୟାନ୍ୟ ଦାବିକୁ ନେଇ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!