ରାଉରକେଲାରେ କିନ୍ନରମାନଙ୍କ ଦ୍ବାରା ଜାତୀୟ କିନ୍ନର ଦିବସ ପାଳନ

1 min read
Spread the love

ରାଉରକେଲା ସହରର ବିଶ୍ରା ଛକଠାରେ କିନ୍ନର ମା ୱେଲଫେୟାର ଟ୍ରଷ୍ଟ୍‌ ପକ୍ଷରୁ ଜାତୀୟ କିନ୍ନର ଦିବସ ପାଳିତ ହୋଇଯାଇଛି୤ ୨୦୧୪ ମସିହାରେ ଭାରତର ଉଚ୍ଚତମ ନ୍ୟାୟାଳୟର ଏକ ରାୟ ଅନୁସାରେ ତୃତୀୟ ଲିଙ୍ଗୀ କିନ୍ନରମାନଙ୍କର ମଧ୍ୟ ଅନ୍ୟମାନଙ୍କ ଭଳି ଅଧିକାର ରହିଛି୤ ଏହି କ୍ରମରେ ସେହି ବର୍ଷଠାରୁ ଅପ୍ରେଲ ୧୫ ତାରିଖରେ ପାଳିତ ହେଉଛି ଜାତୀୟ କିନ୍ନର ଦିବସ୤ ଶନିବାର ଦିନ ରାଉରକେଲା ସହରର ବିସ୍ରା ଛକଠାରେ କିନ୍ନର ମା ୱେଲଫେୟାର ଟ୍ରଷ୍ଟ୍‌ର ମୁଖ୍ୟ ଜୋୟା ତ୍ରିପାଠୀଙ୍କ ନେତୃତ୍ବରେ ଏହି ଦିବସ ପାଳନ ହୋଇଛି୤ ଏଥିରେ ସହରର ବିଭିନ୍ନ ସାମାଜିକ ସଙ୍ଗଠନ ଯଥା ହ୍ୟୁମାନିଟି ଫାଉଣ୍ଡେସନ, ନୀଲମ ଫାଉଣ୍ଡେସନ ଭଳି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି କିନ୍ନରମାନଙ୍କର ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ୤ ଏହି ଅବସରରେ କେକ୍‌ କଟାଯାଇ ଉପସ୍ଥିତ ସମସ୍ତ ଅତିଥି ଓ କିନ୍ନରମାନେ ପରସ୍ପରକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ୤

Leave a Reply

Your email address will not be published. Required fields are marked *

error: Content is protected !!