ଛେଣ୍ଡ୍ ସ୍ଥିତ କଳାକେନ୍ଦ୍ର ଫାଇନ ଆର୍ଟ ସଂସ୍ଥା ପକ୍ଷରୁ ବିଶ୍ବ ଚିତ୍ରକଳା ଦିବସ ପାଳନ
1 min readରାଉରକେଲା ସହରର ଛେଣ୍ଡ୍ ସ୍ଥିତ କଳାକେନ୍ଦ୍ର ଫାଇନ ଆର୍ଟ ସଂସ୍ଥା ପକ୍ଷରୁ ବିଶ୍ବ ଚିତ୍ରକଳା ଦିବସ ପାଳନ ହୋଇଯାଇଛି ଏହି ଅବସରରେ ଚିତ୍ରକଳା ସମ୍ପର୍କୀତ ଦିନିକିଆ କର୍ମଶାଳା ହୋଇଥିଲା ବିଶ୍ବର ଅମ୍ୟତମ ପ୍ରଶିଦ୍ଧ ଓ ଚର୍ଚ୍ଚିତ ଚିତ୍ରଶିଳ୍ପୀ ଲିଓନାର୍ଡୋ ଦା ଭିନ୍ସିଙ୍କ ଜନ୍ମଦିନରେ ପାଳିତ ଏହି ଦିବସ ଉପଲକ୍ଷେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା କଳାକେନ୍ଦ୍ରର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବରିଷ୍ଠ ଚିତ୍ରଶିଳ୍ପୀ ଦେବେନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ୱାଇଏମ୍ଏଫ୍ଆଇର ମୁଖ୍ୟ ବିବେକ ଦାଶ, ଲେଖିକା ସ୍ନେହଲତା ନାୟକ, ଚିତ୍ରଶିଳ୍ପୀ ବାସନ୍ତୀ ମହାରଣା ପ୍ରମୁଖ ଯୋଗଦେଇଥିଲେ ଏହା ସହିତ ନିବେଦିତା ଦାସ, ଦେବଶ୍ମିତା ବାରିକ, ଉଶାରାଣି ଶତପଥି, ଲଭଲି ଘୋଷ, ସବିତା ବାସା, ସୁପ୍ରିୟା କିସାନ, ରଶ୍ମିରେଖା ବିଶ୍ବାଳ , ପ୍ରିୟା ଦାସ, ମାଧୁରୀ ପ୍ରଧାନ, ଚନ୍ଦନ ସୋନା, ସୁଧା ମିଶ୍ର ଓ କେ. ବିଜୟ ଭାସ୍କର ପ୍ରମୁଖ ଚିତ୍ରଶିଳ୍ପୀ ଯୋଗଦେଇ ଚିତ୍ରକଳାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଏହା ସହିତ ବିଭିନ୍ନ ବିଷୟକୁ ନେଇ ଚିତ୍ରାଙ୍କନ କରାଯାଇଥିଲା