ରାଜକନିକା ଅଞ୍ଚଳର ବିଶିଷ୍ଟ ସମାଜସେବୀ ମଦନମୋହନ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି
1 min read
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ବିଶିଷ୍ଟ ସମାଜସେବୀ ମଦନ ମୋହନ ବେହେରାଙ୍କୁ ଜନ୍ମ ମାଟି ରାଜକନିକା ବ୍ଲକ ବଜରପୁର ଗ୍ରାମରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଜୟନଗର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ରବିନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଏବଂ ଶିକ୍ଷକ ସଞ୍ଜୟ କୁମାର ବିଶ୍ୱାଳ ଙ୍କ ସଂଯୋଜନାରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଜୟନଗର ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଓ ବର୍ତମାନର ଶିକ୍ଷକବୃନ୍ଦ:- ଫକୀର ମୋହନ ନାୟକ,ବାଞ୍ଛାନିଧି ସୁତାର, ବେଣୁଧର ସାହୁ, ଅମର କୁମାର ବାରିକ, କୃଷ୍ଣଚନ୍ଦ୍ର ପାତ୍ର, ପ୍ରଫୁଲ୍ଲ ରାଉତ, ଅନିରୁଦ୍ଧ ରାଉତ,ନବୀନ କୁମାର ପାତ୍ର , ପଂଚାୟତ ନୋଡାଲ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ ଚନ୍ଦ୍ର ରାଉତ, ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ହରଗୋବିନ୍ଦ ମଢୁଆଳ, ସମ୍ପାଦକ ଡକ୍ଟର ଫକୀର ପ୍ରଧାନଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ସ୍ବର୍ଗତ ମଦନ ମୋହନ ବେହେରାଙ୍କ କୀର୍ତି ଓ କୃତି ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ଜନ୍ମଭୂମି ବଜରପୁରରୁ କର୍ମ ଭୂମି ଭୁବନେଶ୍ୱର ପର୍ଯ୍ୟନ୍ତ ତାଙ୍କର ସାମାଜିକ ସେବା, ଅଞ୍ଚଳବାସୀଙ୍କ ପ୍ରତି ଭଲ ପାଇବା ସମ୍ପର୍କରେ ଆଲୋଚନା କରାଯିବା ସହିତ ତାଙ୍କ କର୍ମ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ ବୋଲି କହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍ବର୍ଗତ ମଦନଙ୍କ ସମ୍ପର୍କୀୟଙ୍କ ସମେତ ବିଭୁତି ଭୂଷଣ ବେହେରା, ସୁରଥ କୁମାର ବେହେରା, ବିଶ୍ୱଭୂଷଣ ବେହେରା, ରଶ୍ମି ରଞ୍ଜନ ବେହେରା, ରତିରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ।