ଟାଇଁସର ହନୁମାନ ମନ୍ଦିରରେ ହୋମଯଜ୍ଞ ଓ ସଂକୀର୍ତ୍ତନ
1 min read
ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅନ୍ତର୍ଗତ ଟାଇଁସର ଗ୍ରାମରେ ହନୁମାନ ଜୟନ୍ତୀ ଅବସରରେ ଏକ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ସର୍ବପ୍ରଥମେ ସ୍ଥାନୀୟ ଜଳାଶୟରୁ ଶତାଧିକ ମାଆ ଭଉଣୀଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ କଳସ ସ୍ଥାପନା ପରେ ହନୁମାନଙ୍କ ପାଖରେ ବିଧିପୂର୍ବକ ପୂଜାର୍ଚନା ଅନୁଷ୍ଠିତ ହୋଇଥିଲା | ତାପରେ ଏକ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ କେନ୍ଦ୍ରୀକଳା ବାବା ହୃଷୀକେଶ ସଂକୀର୍ତନ ମଣ୍ଡଳୀ ପକ୍ଷରୁ ସଂକୀର୍ତନ ପରିବେଷଣ କରାଯାଇଥିଲା | କାର୍ଯ୍ୟକ୍ରମର ପୂର୍ଣ୍ଣାହୁତୀ ପରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଯତୀନ୍ଦ୍ର ଓରାମଙ୍କ ତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଧର୍ମ ପ୍ରଚାରକ ଶାନ୍ତନୁ କୁସୁମ, ବୁଧୁରାମ ଏକ୍କା, ଚୁମନୁ ଟିଗା, ବୀରେନ୍ଦ୍ର ଓରାମ, ବିଜୟ ପ୍ରସାଦ, ମହେନ୍ଦ୍ର ସିଂ, ରସିକ କୁମାର ବିଶ୍ୱାସ, ବିନୋଦ ବେହେରା, ଚଇତ୍ର ବିର, ସନ୍ତୋଷ ଜୟପୁରିଆ, ଆଶୁତୋଷ କୁମାର ପାତ୍ର, ଦିଲୀପ ଭାଇ, ଫୁଲମନି ଓରାମ, କିରଣ ଦେବୀ, ରୀନା ଏକ୍କା, କାନ୍ତି ଦେବୀ, ମାଙ୍ଗୀ ଓରାମ, ସୁସ୍ମିତା ଏକ୍କା, ସଂଗୀତା ବାରଲା, ତ୍ରିବେଣୀ ଖେସ ପ୍ରମୁଖ ଶ୍ରଦ୍ଧାଳୁ ସକ୍ରିୟ ଅଂଶଗ୍ରହଣ କରିଥିଲେ |