ରାଜଗାଙ୍ଗପୁରରେ ଓଡ଼ିଆ ନବବର୍ଷ ଏବଂ ପଣସଂକ୍ରାନ୍ତି ପାଳନ
1 min read
ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଲିପଲୋଇ ସମଲେଇ ମନ୍ଦିର ରେ ଓଡ଼ିଆ ନବ ବର୍ଷ ଏବଂ ପଣା ସଂକ୍ରାନ୍ତି ର ଶୁଭ ଅବସରରେ ସହରବାସୀ ମା’ ସମଲେଇଙ୍କ ମନ୍ଦିର ଦର୍ଶନ କରିଥିଲେ ଏହା ସହିତ ସାମ୍ନା ରାସ୍ତାରେ ବଣ୍ଟା ଯାଉଥିବା ପଣାର ମଜା ନେଇ ଏହି ଦିନର ମହତ୍ୱ ପରିଦର୍ଶିତ କରିଥିଲେ ପଣା ବଣ୍ଟନ କାର୍ଯ୍ୟକ୍ରମ ଉତ୍କଳ ସେନା ସଭାପତି ପଦ୍ମନାଭ ସାମଲଙ୍କ ନେତୃତ୍ବରେ ସଙ୍ଗଠନର କୋଷାଧକ୍ଷ ସୁରେଶ ବାରିକମ୍ ସଦସ୍ୟ ଅମ୍ବିକା ମହାନ୍ତି, ମନୋଜ ପଟନାୟକ ପ୍ରମୁଖଙ୍କ ଦ୍ବାରା ହୋଇଥିଲା ରାଜଗାଙ୍ଗପୁର ସହରର ଭିନ୍ନ ଭିନ୍ନ ସ୍ଥାନରୁ ପଣା ପିଇବାକୁ ସହରବାସୀ ଆସିଥିବା ଦେଖିବାକୁ ମିଳିଥିଲା