ଆଶ୍ରା ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପଣା ସଂକ୍ରାନ୍ତିରେ ଟଙ୍କ ତୋରାଣି ବଣ୍ଟନ
1 min read
ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆଶ୍ରା’ ପକ୍ଷରୁ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ସହରର ବିଶ୍ରା ଛକଠାରେ ଟଙ୍କ ତୋରାଣି ବଣ୍ଟନ କରାଯାଇଛି ସଙ୍ଗଠନର ମୁଖ୍ୟ ତଥା ନାରୀ ନେତ୍ରୀ ମୀନତୀ ଦେବତାଙ୍କ ନେତୃତ୍ବରେ ଏହି ଅବସରରେ ଶହ ଶହ ପଥଚାରୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଜୀବସାର ଓ ପୁଷ୍ଟିସାରଯୁକ୍ତ ଏବଂ ସ୍ବାଦିଷ୍ଟ ଟଙ୍କ ତୋରାଣୀ ବଣ୍ଟନ କରାଯାଇଥିଲା ଏହି କାର୍ଜ୍ୟକ୍ରମରେ ସ୍ବତନ୍ତ୍ର ଅତିଥିଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡା ଶୁଭଙ୍କର ପଣ୍ଡା ଓ ଉପାୟୁକ୍ତ ଶୁଧାଂଶୁ ଭୋଇ ପ୍ରମୁଖ ଯୋଗଦେଇ ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ ଏହି ଅବସରରେ ଆଶ୍ରେଆ ଅନୁଷ୍ଠାନ ପକ୍ଷରୁ ରାଉରକେଲାବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରାଯାଇଛି