ଇସ୍ପାତ ଫିଟ୍‌ନେସ୍‌ ପାଥ୍‌ରେ ଡିଏସ୍‌ପି ଅନିଲ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

1 min read
Spread the love

ରାଉରକେଲା ସହରର ସେକ୍ଟର-୧୯ ସ୍ଥିତ ଇସ୍ପାତ ଫିଟ୍‌ନେସ୍‌ ପାଥ୍‌ରେ ଡିଏସ୍‌ପି ଅନିଲ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି୤ ରାଉରକେଲା ଇସ୍ପାତ କାରଖାନାର ନିର୍ବାହୀ ଅଧିକାରୀ ସୋମନାଥ ତ୍ରିପାଠୀ ଓ ପ୍ରମୋଦ କୁମାର ଶତପଥି ପ୍ରମୁଖଙ୍କ ସମେତ ବରିଷ୍ଠ ଡାକ୍ତର ଲକ୍ଷ୍ମୀକାନ୍ତ ବିଶ୍ବାଳ , ଆର୍‌ଏସପି ସୁରକ୍ଷା ବିଭାଗର ମୁଖ୍ୟ ମହା ପ୍ରବନ୍ଧକ ଅବକାଶ ବେହେରା ପ୍ରମୁଖଙ୍କ ସମେତ ଫିଟ୍‌ନେସ ପାର୍କ ତତ୍ତ୍ବାବଧାରକ ନିମାଈଁ ଚରଣ ରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ୤ ବରିଷ୍ଠ ସମାଜସେବୀ ତଥା ପ୍ରାକ୍ତନ ପୋଲିସ ଅଧିକାରୀ ଡ ସୁମନ ଦତ୍ତଙ୍କ ନେତୃତ୍ବରେ ଏହି ଅବସରରେ ନିକଟରେ ରାଜ୍ୟ ସରକାରଙ୍କ ଦ୍ବାରା ପୁରସ୍କୃତ ପୋଲିସ ଅଧିକାରୀ ଅନିଲ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତର କାମନା କରାଯାଇଥିଲା୤ ସୂଚନା ମୁତାବକ ସେକ୍ଟର-୧୯ ସ୍ଥିତ ଇସ୍ପାତ ଫିଟ୍‌ନେସ୍‌ ପାଥ୍‌ ର ଆକାର ଓ ଚାଲିବା ବ୍ୟବସ୍ଥା ସୁବ୍ୟବସ୍ଥିତ ଢଙ୍ଗରେ ହୋଇଥିବାରୁ ଏଠାରେ ପ୍ରତିଦିନ ସକାଳେ ଅନେକ ବିଶିଷ୍ଟ ଓ ବରିଷ୍ଠ ବ୍ୟକ୍ତିମାନେ ନିଜ ଶରୀରକୁ ସ୍ବସ୍ଥ ରଖିବା ପାଇଁ ସକାଳ ସମୟରେ ଚଲାବୁଲା କରିଥାନ୍ତି୤

Leave a Reply

Your email address will not be published. Required fields are marked *

error: Content is protected !!