ଟାଟା ଆପିଏଲ୍ କୁ ଅଧିକ ଲୋକାଭିମୁଖୀ କରାଇବା ପାଇଁ ରାଉରକେଲାରେ ଦୁଇଦିନିଆ କାର୍ଯ୍ୟକ୍ରମ
1 min read
ଗତମାସ ୩୧ ତାରିଖରୁ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ଫଟାଫଟ୍ କ୍ରିକେଟ ବା ଆଇପିଏଲ୍ ଏହି ଖେଳ ପ୍ରତି ଅଧିକରୁ ଅଧିକ କ୍ରୀଡ଼ାପ୍ରେମୀଙ୍କୁ ଆକର୍ଷିତ କରିବା ପାଇଁ ଦେଶର ୪୫ଟି ସହରରେ ଆୟୋଜିତ ହେଉଛି ଆଇପିଏଲ ଫ୍ୟାନ୍ସ ଅଫ୍ ଫ୍ୟାନ୍ସ ପାର୍କ

ଏହା ରାଉରକେଲା ସହରରେ ଚଳିତ ମାସ ୧୫ ଓ ୧୬ ତାରିଖ ଦୁଇଦିନ ଧରି ସେକ୍ଟର-୧୭ ସ୍ଥିତ ପେଟ୍ରୋଲ ପମ୍ପ୍ ପଛ ପଡ଼ିଆରେ ଆୟୋଜିତ ହେବ ଅପରାହ୍ଣ ୧ଟା ୩୦ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତ୍ର ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବଡ଼ ପରଦାରେ ଆଇପିଏଲ ଖେଳର ସିଧା ପ୍ରସାରଣ ସହିତ ବିଭିନ୍ନ ପ୍ରତିଯୋଗିତା ଓ ନୃତ୍ୟ ଏବଂ ଗୀତ ଆଦି ଆୟୋଜିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଏହି ଫ୍ୟାନ୍ସ ଅଫ୍ ଫ୍ୟାନ୍ସ ପାର୍କରେ ପ୍ରବେଶ ମାଗଣା ରହିଛି