ଆର୍‌ଏସ୍‌ପି ଓ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ଆନୁକୂଲ୍ୟରେ ଆମ୍ବେଦକରଙ୍କ ଜୟନ୍ତୀ ପାଳନ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା ଏବଂ ସେଲ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ଆନୁକୂଲ୍ୟରେ ଭାରତରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନରେ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ, ଅତନୁ ଭୌମିକ ବାବା ସାହେବଙ୍କ ନୂତନ ପ୍ରତିମୂର୍ତ୍ତି ସହ ନବୀକୃତ ସେକ୍ଟର ୧୭ ଡକ୍ଟର ବି ଆର ଆମ୍ବେଦକରଙ୍କ ଏନକ୍ଲେଭର ଉଦଘାଟନ କରିଥିଲେ। ଏହି ଅବସରରେ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ସେଲ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘର ପ୍ରତିନିଧିମାନେ ସେକ୍ଟର ୧୭ ସ୍ଥିତ ଡକ୍ଟର ବି ଆର ଆମ୍ବେଦକର ଏନକ୍ଲେଭରେ ସ୍ଥାପିତ ଡକ୍ଟର ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେପରେ ସିଭିକ ସେଣ୍ଟରଠାରେ ଏହି ଉପଲକ୍ଷେ ଏକ ଉତ୍ସବ ଆୟୋଜିତ ହୋଇଥିଲା। ଭାରପ୍ରାପ୍ତ ନିର୍ଦ୍ଦେଶକ, ଶ୍ରୀ ଭୌମିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗର ପୂର୍ବତନ ଆସୋସିଏଟ ପ୍ରଫେସର ଡକ୍ଟର ପ୍ରଭାତ କୁମାର ମଲ୍ଲିକ ମୁଖ୍ୟ ବକ୍ତା ରୂପେ ଉପସ୍ଥିତ ଥିଲେ।

ଏହି ଅବସରରେ ଇସ୍ପାତ କାରଖାନାର ବହୁ ବରିଷ୍ଠ ଅଧିକାରୀ, ସେଲ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘର ବହୁ ସଦସ୍ୟ, ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶ୍ରୀ ଭୌମିକ ନିଜର ସମ୍ବୋଧନରେ ନ୍ୟାୟ, ସମାନତା ଏବଂ ମାନବିକ ସମ୍ମାନର ଆଦର୍ଶ ପାଇଁ ଡକ୍ଟର ଆମ୍ବେଦକରଙ୍କ ସଂଗ୍ରାମ ବିଷୟରେ ବର୍ଣ୍ଣନା କରିଥିଲେ । ଡକ୍ଟର ମଲ୍ଲିକ ଶ୍ରୀ ପି କେ ମଲ୍ଲିକ ତାଙ୍କ ବକ୍ତବ୍ୟରେ ଡକ୍ଟର ବି ଆର ଆମ୍ବେଦକରଙ୍କ ଆଦର୍ଶ ତଥା ଦର୍ଶନର ଅବଦାନ ତଥା ପ୍ରାସଙ୍ଗିକତା ବିଷୟରେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଛେଣ୍ଡର ଋଦ୍ଧିମା ପାଣିଗ୍ରାହୀ ଏବଂ ବୈଷ୍ଣବୀ ଷଡଙ୍ଗୀ ଯଥାକ୍ରମେ ଓଡିଆ ଓ ଇଂରାଜୀରେ ଡକ୍ଟର ଆମ୍ବେଦକରଙ୍କର ଜୀବନ ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତା ଏବଂ ଆରଏସପିର କର୍ମଚାରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା୤ ଉତ୍ସବରେ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥିଙ୍କୁ ବାବାସାହେବଙ୍କ ଏକ ଫଟୋ ଏବଂ ତାଙ୍କ ରଚିତ ପୁସ୍ତକ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନଛୁଆଁ ଓଡିଶୀ, କଥକ ଓ ଜନଜାତି ନୃତ୍ୟ ପରିବେଷିତ ହୋଇଥିଲା। କର୍ମଚାରୀମାନଙ୍କ ଦ୍ଵାରା ଡକ୍ଟର ଆମ୍ବେଦକରଙ୍କ ଜୀବନୀ ଉପରେ ଆଧାରିତ ଏକ ନାଟକ ମଞ୍ଚସ୍ଥ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!