ସମାଜ ରେ ସଂସ୍କାର ସହ ଆଧ୍ୟାତ୍ମିକତାକୁ ଗୁରୁତ୍ବ ପ୍ରଦାନ କରି ପ୍ରହରୀ ମଣ୍ଡପ ପ୍ରତିଷ୍ଠିତ

1 min read
Spread the love

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ହାଟପଦାଠାରେ ନୂତନ ରୁପେ ଏକ ପ୍ରହରୀ ମଣ୍ଡପ ନିର୍ମାଣ ହୋଇ ପ୍ରତିଷ୍ଠା  କରାଯାଇଛି। ସ୍ଥାନୀୟ ଭାଗବତ ମନ୍ଦିର ପୂଜା କମିଟି ପକ୍ଷରୁ ଗତ କିଛି ବର୍ଷ ତଳେ ଥିବା ପ୍ରହରୀ ମଣ୍ଡପ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ଏହାପରେ ଏହି ମଣ୍ଡପର ପୁନରୁଦ୍ଧାର କରାଯାଇଛି।  ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ବର୍ତ୍ତମାନ ସମାଜରେ ଅତ୍ୟନ୍ତ ଜରୁରୀ ବୋଲି ମନ୍ଦୀର ପ୍ରତିଷ୍ଠା ଉତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସମାଜରେ ବର୍ତ୍ତମାନ ମୋବାଇଲ ଯୁଗ ହୋଇ ଯାଇଥିବା ବେଳେ ଆଧ୍ୟାତ୍ମିକତା ନେଇ ନୂତନ ଯୁବ ପିଢ଼ି ଓ ସମାଜ ରେ ସଂସ୍କାର ଆବଶ୍ୟକ ରହିଛି। ଏହି ପ୍ରହରୀ ମଣ୍ଡପ ଏଥିପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବ ବୋଲି ପ୍ରକାଶ ପାଇଛି।

ଏହି ଅବସରରେ ଯଥାରୀତି କଳସ ସ୍ଥାପନ ଶୋଭାଯାତ୍ରା, ନାମଯଜ୍ଞ, ସଂକୀର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିରେ ଆଖପାଖ ଅଞ୍ଚଳରୁ ଅନେକ ସଙ୍କୀର୍ତ୍ତନ କମିଟି ଏହି କାର୍ଯକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଗୁରୁବାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଖପାଖ ଅଞ୍ଚଳରୁ ଏବଂ ଦୂରଦୁରାନ୍ତରୁ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!