ଜରେଇକେଲା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ବିଭିନ୍ନ ସାମଗ୍ରୀ ନଷ୍ଟ
1 min read
ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତରେ ବିଶ୍ରା ବ୍ଲକ୍ ଅନ୍ତର୍ଗତ ଜରେଇକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମମାଲ ଗ୍ରାମର ଶ୍ୟାମଧନ ମାହାତୋଙ୍କ କୁଟା ଗଦାରେ ଗୁରୁବାର ନିଆଁ ଲାଗି କୁଟା ଜଳି ପାଉଁଷ ହେବା ସହ ଅନ୍ୟ କିଛି ସାମଗ୍ରୀ ନଷ୍ଟ ହୋଇଯାଇଛି। ପୂର୍ବାହ୍ନରେ କୌଣସି କାରଣରୁ କୁଟା ଗଦାରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ଏ ନେଇ ତାଙ୍କ ନାତୁଣୀ ବିଶ୍ରା ଦମକଳ କେନ୍ଦ୍ରକୁ ଜଣାଇଥିଲେ। ପରେ ଅଗ୍ନିସମ ବାହିନୀର କର୍ମୀମାନେ ଆସି ଅଗ୍ନିକୁ ଆୟତ୍ତ କରିଥିଲେ। ଅନ୍ୟପକ୍ଷରେ ଏ ନେଇ ମୁକେଶ ବାହାତୋ ନାମକ ଜଣେ ଯୁବକ ବିଦ୍ୟୁତ ବିଭାଗକୁ ଜଣାଇବା ପରେ ବିସ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା।

ଏହାଫଳରେ ଅନେକ ଧନଜୀବନ ନଷ୍ଟ ହେବାରୁ ରକ୍ଷା ପାଇଯାଇଛି। ଅଗ୍ନିସମ ଅଧିକାରୀ ନିତ୍ୟାନନ୍ଦ ସେଠୀଙ୍କ ନେତୃତ୍ୱରେ ଏନ ନାଏକ, ପ୍ ପାଉଲ, ଓ ପି କେ ସାହୁ ପ୍ରମୁଖ ଅଗ୍ନି ନିର୍ବାପନ କରିଥିଲେ। ଏହି ଘଟଣାରେ ପ୍ରାୟ ୨୫ହଜାର ଟଙ୍କାର କୁଟା ନଷ୍ଟ ହୋଇଯାଇଛି। ଅଗ୍ନିସମ ବାହିନୀର କର୍ମୀଙ୍କୁ ସ୍ଥାନୀୟ ସମାଜସେବୀ ଧ୍ରୁବ ଚରଣ ମାହାତୋ ଧନ୍ୟବାଦ ଜଣଇବା ସହିତ ବିଦ୍ୟୁତ ବିଭାଗକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ ସାମୁହିକ ଉଦ୍ୟମ ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହେବାରୁ ବର୍ତ୍ତିଯାଇଛି।